ଶ୍ରାବଣ ମାସର ଶେଷ ୧୫ ଦିନରେ କରନ୍ତୁ ଏହି ଖାସ ଉପାୟ, ସବୁ ସମସ୍ୟା ଦୂର ସହ ମିଳିବ ଚମତ୍କାରୀ ଫାଇଦା

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂର୍ଣ୍ଣ ଭକ୍ତି ସହିତ ପୂଜା କରାଯାଏ, ଯେଉଁଥିପାଇଁ ଭଗବାନ ଶିବ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି । ଏହା ସହିତ ଶ୍ରାବଣରେ ନିଆଯାଇଥିବା କିଛି ପଦକ୍ଷେପ କ୍ୟାରିୟରରେ ଅଗ୍ରଗତି, ଜୀବନରେ ସୁଖ ଏବଂ ଅନେକ ସ୍ୱାସ୍ଥ୍ୟ ଉପକାର ଆଣିଥାଏ। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ନିୟମ ମାନିଲେ ଅଧିକ ଲାଭ ମିଳିବ ।

ଗତ କାଲି ଠୁ ଶ୍ରାବଣ ମାସର ଶେଷ ୧୫ ଦିନ ଆରମ୍ଭ ହୋଇଛି । ଶେଷ ୧୫ ଦିନ ରେ ଆପଣ ଭଗବାନ ଶିବଙ୍କ ନିମିତ୍ତ କିଛି ଖାସ ଉପାୟ କରିପାରିବେ । ଏହାକୁ କରିବା ଦ୍ୱାରା ଆପଣଙ୍କର ସବୁ ଇଚ୍ଛା ଶୀଘ୍ର ପୂର୍ଣ୍ଣ ହୋଇଯିବ । ସବୁ ବର୍ଷ ତ ଏହି ମାସରେ ଅନେକ ନୀତି ନିୟମକୁ ମାନିଥାନ୍ତି । କିନ୍ତୁ ଚଳିତ ବର୍ଷ ଅଧିକ ମାସ ବା ମଳ ମାସ ହେତୁ ପ୍ରଥମ ଓ ଶେଷ ୧୫ ଦିନ ଖାସ ରହିଛି ।

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂର୍ଣ୍ଣ ଭକ୍ତି ସହିତ ପୂଜା କରାଯାଏ, ଯେଉଁଥିପାଇଁ ଭଗବାନ ଶିବ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି । ଏହା ସହିତ ଶ୍ରାବଣରେ ନିଆଯାଇଥିବା କିଛି ପଦକ୍ଷେପ କ୍ୟାରିୟରରେ ଅଗ୍ରଗତି, ଜୀବନରେ ସୁଖ ଏବଂ ଅନେକ ସ୍ୱାସ୍ଥ୍ୟ ଉପକାର ଆଣିଥାଏ। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ନିୟମ ମାନିଲେ ଅଧିକ ଲାଭ ମିଳିବ ।

ରୋଗରୁ ମୁକ୍ତି ପାଇବା ପାଇଁ :
ଯଦି ଜଣେ ବ୍ୟକ୍ତି ଦୀର୍ଘ ଦିନରୁ ରୋଗରେ ପୀଡିତ ଅଛନ୍ତି ତେବେ ଶ୍ରାବଣ ମାସରେ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ପ୍ରଭୁଙ୍କୁ କ୍ଷୀରରେ ଅଭିଷେକ କରନ୍ତୁ । ଶିବଲିଙ୍ଗକୁ ଜଳ ଅର୍ପଣ କରୁଥିବାବେଳେ ବୀଜ ମନ୍ତ୍ର ଜପ କରନ୍ତୁ । ଏହା ପରେ ନିଜେ ସୁସ୍ଥ ରହିବାକୁ ପ୍ରାର୍ଥନା କରନ୍ତୁ। ଏହା ଦ୍ୱାରା ଭୋଳାନାଥଙ୍କ ଆଶୀର୍ବାଦ ମିଳିବ ଏବଂ ଶୀଘ୍ର ରୋଗ ଦୂର ହୋଇଯିବ।

ଇଚ୍ଛା ପୂରଣ ପାଇଁ:

ଶ୍ରାବଣ ମାସରେ ଆପଣଙ୍କର ଇଚ୍ଛା ପୂରଣ କରିବାକୁ, ଓମ୍ ନମଃ ଶିବାୟ କୁ ଜପ କରନ୍ତୁ । ବେଲପତ୍ର ଅର୍ପଣ କରିବା ସମୟରେ ଆପଣଙ୍କର ଇଚ୍ଛା କୁହନ୍ତୁ । ଏମିତିରେ ସବୁ ଇଚ୍ଛା ପୂରଣ ହୋଇଯିବ ।

ସୁଖ ଏବଂ ସମୃଦ୍ଧତା ପାଇଁ ଏହଁ କରନ୍ତୁ :
ଯଦି ଆପଣ ଚାହାଁନ୍ତି ଯେ ଘରେ ସୁଖ ଏବଂ ସମୃଦ୍ଧିର କୌଣସି ଅଭାବ ନରହୁ , ତେବେ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଚିନି ମିଶ୍ରିତ କ୍ଷୀରର ଅଭିଷେକ କରନ୍ତୁ। ଏହା କରିବା ଦ୍ୱାରା ଘରେ ସୁଖ ଆସିଥାଏ । ଏହା ସହିତ ଅର୍ଥ ଏବଂ ଶସ୍ୟର ଅଭାବ ରୁହେ ନାହିଁ । ମହାଦେବ ଖୁସି ହୋଇ ଭକ୍ତଙ୍କ ସମସ୍ୟା ଦୂର କରନ୍ତି ଏବଂ ଘରେ ସୁଖ ଏବଂ ସମୃଦ୍ଧତା ବଢିଥାଏ ।

ଆୟ ବୃଦ୍ଧି :

ଯଦି ଆପଣ ଘରେ ଆର୍ଥିକ ସଙ୍କଟ ଦେଇ ଅସୁବିଧାରେ ପଡ଼ନ୍ତି କିମ୍ବା ଆପଣଙ୍କ ଆୟ ବଢାଇବାକୁ ଚାହାଁନ୍ତି, ତେବେ ଏହି ମାସର ଯେକୋଣସି ସୋମବାର ଦିନ ଘରେ ପାରଦ ଶିବଲିଙ୍ଗ ପ୍ରତିଷ୍ଠା କରନ୍ତୁ ଏବଂ ଏହାକୁ ନିୟମ ଏବଂ ଉପାସନା ଅନୁଯାୟୀ ପୂଜା କରନ୍ତୁ । ଏହା ପରେ ମନ୍ତ୍ରକୁ ଜପ କରନ୍ତୁ। ଏହା କରିବା ଦ୍ୱାରା ଆୟ ବୃଦ୍ଧି ପାଇବ।

ଭଗବାନ ଶଙ୍କରଙ୍କର ଅତ୍ଯନ୍ତ ପ୍ରିୟ ଶ୍ରାବଣ ସୋମବାର। ଏହିକାରଣରୁ ଶିବଙ୍କ ପୂଜା ପାଇଁ ଶ୍ରାବଣ ମାସ ଉତ୍ତମ ହେବା ସହ ଏହି ମାସରେ ଭଗବାନଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ଏହି ପବିତ୍ର ମାସରେ ପାର୍ଥିବ ଶିବଲିଙ୍ଗ ନିର୍ମାଣକୁ ବିଶିଷ୍ଟ କୁହାଯାଇଥାଏ। କାରଣ ସାଧକମାନେ ନିଜେ ଏହି ଶିବଲିଙ୍ଗନିର୍ମାଣ କରିଥାନ୍ତି। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ସେହିଭଳି ଶାସ୍ତ୍ର ଅନୁଯାୟୀ ପାର୍ଥିବ ଶିବଲିଙ୍ଗର ପୂଜା କରିବା ଦ୍ବାରା କୋଟି କୋଟି ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ।