କାମନା ଇଚ୍ଛା ବଢ଼ାଏ ଚକୋଲେଟ୍! ଜାଣନ୍ତୁ ଏହା କେତେ ଦୂର ସତ

ଦୁନିଆରେ ବୋଧେ ଖୁବ୍ କମ୍ ଲୋକ ଥିବେ ଯେଉଁମାନଙ୍କୁ ଚକୋଲେଟ୍ ପସନ୍ଦ ନଥିବ। କାରଣ ପ୍ରାୟ ଲୋକ ଚକୋଲେଟ୍ ଖାଇବାକୁ ପସନ୍ଦ କରିଥାନ୍ତି। କେବଳ ପାଟିକୁ ସୁଆଦିଆ ନୁହେଁ ଚକୋଲେଟ୍ ଦେହ ପାଇଁ ମଧ୍ୟ ହିତକର। ଡାକ୍ତରଙ୍କ ମତରେ ଚକୋଲେଟ୍ ଖାଇବା ଦ୍ୱାରା ଷ୍ଟ୍ରେସ୍ ବା ଚିନ୍ତାରୁ ମୁକ୍ତି ମିଳେ। ଯିଏ ଯେତେ ଅଧିକ ଚକୋଲେଟ୍ ଖାଏ ତା’ର ଚିନ୍ତା ସେତେ କମ୍ ହୋଇଥାଏ।
ସାଧାରଣରେ ଏକ ଧାରଣା ରହିଛି ଯେ ଚକୋଲେଟ୍ ଖାଇବା ଦ୍ୱାରା କାମୋଚ୍ଛା ବା କାମନା ଇଚ୍ଛା ବୃଦ୍ଧି ପାଇଥାଏ। ଏଣୁ ଲୋକମାନେ ସେକ୍ସ ଇଚ୍ଛା ବୃଦ୍ଧି ପାଇ ଅଧିକ ପରିମାଣର ଚକୋଲେଟ୍ ଖାଇଥାନ୍ତି। କିନ୍ତୁ ନିକଟରେ ଏନେଇ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ କାମୋଚ୍ଛା ସହ ଚକୋଲେଟ୍ର କୌଣସି ସମ୍ପର୍କ ନାହିଁ। ଶାରୀରିକ ସମ୍ପର୍କ ପ୍ରତି ଇଚ୍ଛା ଶରୀରର ହରମୋନ୍ରୁ ସୃଷ୍ଟି ହୋଇଥାଏ। ଚକୋଲେଟ୍ ଖାଇବା ନ ଖାଇବା ସହ ଏହାର କୌଣସି ସମ୍ପର୍କ ନାହିଁ। ଏନେଇ କୌଣସି ପ୍ରମାଣ ବି ମିଳିନାହିଁ।
ଇଟାଲୀର ମହିଳାଙ୍କର ଏକ ଛୋଟ ଗ୍ରୁପ ଉପରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ ଯୌନ ଇଚ୍ଛା ଉପରେ ଚକୋଲେଟ୍ କୌଣସି ପ୍ରଭାବ ପକାଇନଥାଏ। ବର୍ତ୍ତମାନ ସମୟରେ ଚକୋଲେଟ୍କୁ ନେଇ ଏଭଳି ଭ୍ରାନ୍ତ ଧାରଣା ବ୍ୟାପିଥିବା ବେଳେ ଏହା ପଛରେ କୌଣସି ସତ୍ୟତା ନଥିବା ଜଣାଯାଇଛି।