କରୋନା ଠାରୁ ବଞ୍ଚିବା ପାଇଁ ଚୀନ୍ ର ହାଇଟେକ୍ ଜୁଗାଡ, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ସାରା ବିଶ୍ବରେ କୋଭିଡ୍ ଦିନେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ ଏହି ମହାମାରୀ ଅବସ୍ଥା ନିୟନ୍ତ୍ରଣକୁ ଆସିଛି। ହେଲେ ଅନ୍ୟ ସବୁ ଦେଶ ଗୁଡିକରେ ଏହି ମହାମାରୀ ଅବସ୍ଥା ସୁଧୁରିବା ସ୍ଥିତିକୁ ଆସୁଥିବା ବେଳେ ଚୀନ୍ ରେ ପୁଣି ଏହାର ବଡ଼ ପ୍ରକୋପ ଦେଖିବାକୁ ମିଳିଛି। ଏହା ବର୍ତ୍ତମାନ ଅଧିକ ମାତ୍ରରେ ଚୀନରେ ବ୍ୟାପିବାରେ ଲାଗିଛି। ଯେଉଁଥିପାଇଁ ଚାଇନାରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ କରାଯାଇଛି। ତେବେ ପୁଣି ଥରେ ଲକ୍ ଡାଉନ୍ ହେବା ପରେ ସେଠାରୁ ଅନେକ ଭିଡିଓ ବର୍ତ୍ତମାନ ସମ୍ନାକୁ ଅସୁଛି। ଏଥର ଚୀନ୍ ଅନେକ ହାଇ-ଟେକ୍ ଜୁଗାଡ୍ ତିଆରି କରିଛି ଯାହା ସହିତ କରୋନାକୁ ପରାସ୍ତ କରିବାକୁ ଚୀନ୍ ଚେଷ୍ଟା କରୁଛି। ଏପରିକି ଚାରି ଗୋଡ଼ ବିଶିଷ୍ଟ କୁକୁର ଭଳି ରୋବଟ ତିଆରି କରିଛି। ଯାହାକି ରାସ୍ତାରେ ଘୋଷଣା କରୁଥିବା ଦେଖିବାକୁ ମିଳିଛି। ଯାହା ଦ୍ଵାରା ଲୋକମାନେ ଘର ଭିତରେ ରହି ଲକଡାଉନ୍ ଅନୁସରଣ କରିବେ।
Robot roaming the streets making health announcements in #Shanghai during lockdown. pic.twitter.com/64x0mU4C2D
— Eric Feigl-Ding (@DrEricDing) March 31, 2022
ଚୀନରେ ଅନେକ ସହର ଗୁଡିକରେ ଲକ୍ ଡାଉନ୍ କରାଯାଇଛି। ବିଶ୍ୱ କୋରୋନାରୁ ବାହାରକୁ ଆସୁଥିବାବେଳେ ବର୍ତ୍ତମାନ ଚୀନ୍ ଏହାକୁ ଗମ୍ଭୀରତାର ସହ ନେଉଛି ଏବଂ ସେଠାରେ ଜିରୋ କରୋନା ମାମଲାକୁ କଡାକଡି ଭାବେ ପାଳନ କରାଯାଉଛି। କାରଣ ସେଠାରେ ନୂଆ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନା ପ୍ରତିବନ୍ଧକକୁ କଡାକଡି ଭାବରେ ପାଳନ କରିବାକୁ, ସରକାର ଅନେକ ଚାଇନିଜ୍ ଜୁଗାଡ୍ ବ୍ୟବସ୍ଥା କରିଛନ୍ତି।
📍SCOOP—Inside look at Shanghai’s lockdown isolation center in Pudong (where all local positive cases isolate). This is at the famed Pudong World Expo Center—a mega 200,000 square meter indoor space—currently used to house thousands of #COVID cases. Full service meals included. pic.twitter.com/BLgzILf1un
— Eric Feigl-Ding (@DrEricDing) March 31, 2022
ରୋବଟ ପିଠି ଉପରେ ଏକ ସ୍ପିକର ରଖି ଘରେ ରହିବାକୁ କରୋନା ଗାଇଡ ଲାଇନ ମାନିବାକୁ କୁହାଯାଉଛି। ଏହି ରୋବଟଗୁଡିକ ସାଂଘାଇ ରାସ୍ତାରେ ଦେଖାଯାଉଛି। ସେମାନେ ଘୋଷଣା କରି ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଉଛନ୍ତି। କେବଳ ଏତିକି ନୁହେଁ, ସେମାନଙ୍କର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ରୋବଟ୍ ର ଚାରିଟି ଗୋଡ ମଧ୍ୟ ରହିଛି।
ସାଂଘାଇ ରାସ୍ତାରୁ ଆସିଥିବା ଭିଡିଓରେ ଚାରି ଗୋଡ଼ ବିଶିଷ୍ଟ ରୋବଟ୍ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଯାହାକି କୁକୁର ପରି ଦେଖାଯାଉଛି, କିନ୍ତୁ ଏହା ଏକ ରୋବଟ୍ । ଏହି ହାଇଟେକ୍ ଟେକ୍ନୋଲୋଜି ଆପଣାଇବାର ମୂଳ କାରଣ ହେଉଛି ଚୀନ୍ ରେ କରୋନା କମାଇବା। ରୋବୋଟ ଯୋଗେ ମାଇକ ଦ୍ଵାରା ଲୋକଙ୍କୁ ସଚେତନ କରାଇବା। କାରଣ ସାଂଘାଇରେ ୨୬ମିଲିୟନରୁ ଅଧିକ ଲୋକ ବାସ କରନ୍ତି। ଦୁଇଟି ପର୍ଯ୍ୟାୟରେ ଲକଡାଉନ୍ କରାଯାଇଛି। ତେବେ ଏହି ରବୋଟ ଭିଡିଓକୁ ପ୍ରାୟ ୧୦ ଲକ୍ଷ ଲୋକ ଦେଖିଛନ୍ତି।