ବାଲିଗୁଡା NACର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ(କେନ୍ୟୁଜ୍): ପୌର ନିର୍ବାଚନ ନେଇ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଚାର । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ୍ୟ ପାର୍ଥି ଗୋବିନ୍ଦ ପ୍ରଧାନଙ୍କ ପାଇଁ ପ୍ରଚାର କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା। ଏହି ଅବସରରେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାଲିଗୁଡା ବିଜେଡି କାର୍ଯ୍ୟାଳୟରୁ ବାହାରି ନୂଆସାହି ସ୍ଥିତ ବରାଳ ଦେବୀ ମନ୍ଦିର ନିକଟରେ ପହଁଞ୍ଚିଥିଲା। ପରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା । ବ୍ଲକ ସଭାପତି ଟୁନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିର୍ବାଚନୀ ସଭାରେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ଜିଲ୍ଲା ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା ଏନ.ଏ.ସି ଅଧକ୍ଷ୍ୟ ଗୋବିନ୍ଦ ପ୍ରଧାନ ଓ ଏକରୁ ସାତ ନମ୍ବର ୱାର୍ଡର କାଉସିଲର ପାର୍ଥିଙ୍କ ପାଇଁ ପ୍ରଚାର କରିଥିଲେ ।

ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଧ୍ୟକ୍ଷ ପାର୍ଥୀ ଗୋବିନ୍ଦ ପ୍ରଧାନ ଓ ସାତ ଜଣ କାଉସିଲର ପାର୍ଥୀଙ୍କ ପାଇଁ ଉପସ୍ଥିତ ଜନସାଧାରଣଙ୍କ ନିକଟରେ ଭୋଟ ଭିକ୍ଷା କରିଥିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା । ଏହି ନିର୍ବାଚନୀ ସଭାରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ବିଜେଡି ସହପର୍ଯ୍ୟବେକ୍ଷକ କିଶୋର ମେହେର,ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ସମେତ ବହୁ ବିଜେଡି ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ ।