ଏଥର ଦୌଡ଼ିବେ ଦୂତି ଚାନ୍ଦ : ଏସୀୟ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହେଉଛି ଦୌଡ଼କୂଦ ପ୍ରତିଯୋଗିତା

ଇଣ୍ଡୋନେସିଆ (କେନ୍ଯୁଜ୍) : ଏସୀୟ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହେଉଛି ଦୌଡ଼କୂଦ ପ୍ରତିଯୋଗିତା । ଆଜି ଟ୍ରାକ୍ରେ ଦୌଡ଼ିବେ ଦୂତି ଚାନ୍ଦ । ଭାରତୀୟ ସମୟ ସଂଧ୍ୟା ୬ଟାରେ ଦୂତିଙ୍କ ୧୦୦ ମିଟର ଯୋଗ୍ୟତା ପର୍ୟ୍ୟାୟ ଅନୁଷ୍ଠିତ ହେବ । ବିବାଦୀୟ ପରିସ୍ଥିତି ଯୋଗୁ ଗତ ଏସୀୟ କ୍ରୀଡ଼ାରେ ଦୂତି ଭାଗ ନେଇ ପାରିନଥିଲେ ।
ତେଣୁ, ଚଳିତ ଥର ଦୂତିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଏହା ସହ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ଓ କନିଷ୍ଠ ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ବିଜେତା ହୀମା ଦାସଙ୍କ ଉପରେ ମଧ୍ୟ ନଜର ରହିବ । ଭାରତ କେବେବି ଏସୀୟ କ୍ରୀଡ଼ାରେ ପଦକ ଜିତିନଥିବାରୁ ନୀରଜ ଏଥର ଇତିହାସ ରଚିବେ ବୋଲି ଆଶା କରାଯାଇଛି ।