କୃତ୍ରିମ ନୁହେଁ ପ୍ରାକୃତିକ ରଙ୍ଗରେ ଫଗୁ ଖେଳି ପରସ୍ପର ଭିତରେ ହୋଇଥାଏ ଭାବର ଆଦାନ ପ୍ରଦାନ

ସୁବର୍ଣ୍ଣପୁର: ଓଡିଆ ପରଂମ୍ପରା ଭିତରେ ପାଳନ ହୁଏ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ଫାଲଗୁନ ପୂର୍ଣ୍ଣମୀ ହେଉଛି ଅନ୍ୟତମ । ଫୁଗୁଣ ମାସ ପୂର୍ଣ୍ଣମୀ ତିଥିରେ ଏହା ପଡୁଥିବାରୁ ଏହାକୁ ଫଗୁଣ ପୁନି ମଧ୍ୟ କୁହାଯାଏ । ବିଶେଷକରି ରାଜା ରାଜୁଡା ସମୟରୁ ବୀରମହାରାଜପୁର ଠାରେ ଏହି ହରିହର ଭେଟ ବା ଫଗୁଣ ପୁନି ଯାତ୍ରା ବଡ ଧୂମଧାମରେ ପାଳନ କରାଯାଇଥାଏ । ମେଳଣ ପଡିଆରେ ହରି ଏବଂ ହର ମାନଙ୍କର ମହାମିଳନ ହୋଇଥାଏ ।
ଫଗୁଣ ପୁନି ଯାତ୍ରାରେ ରଙ୍ଗର ପର୍ବ ହୋଲିକୁ ବଡ ଧୂମଧାମରେ ପାଳନ କରିଥାନ୍ତି ସମସ୍ତେ । ହେଲେ କୃତ୍ରିମ ନୁହେଁ ପ୍ରାକୃତିକ ରଙ୍ଗରେ ଫଗୁ ଖେଳି ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ହୋଇଥାଏ । ଯେତେ ରାଗ ରୋଷ ଥିଲେ ମଧ୍ୟ ସେସବୁକୁ ଭୁଲି ରଙ୍ଗର ପର୍ବ ହୋଲିରେ ସାମିଲ ହୁଅନ୍ତି ସମସ୍ତେ । ଦେବ ଦେବ ମହାଦେବ ଏବଂ ଜଗତରନାଥ ଜଗନ୍ନାଥଙ୍କ ମେଲଣ ସରିବା ପରେ ହୋଲି ରଙ୍ଗରେ ମସଗୁଲ ହୋଇଯାଆନ୍ତି ସମସ୍ତେ । ଯାତ୍ରାର ବିଶେଷତ୍ଵ ହେଲା ମେଳଣ ପଡିଆରେ ହରି ଓ ହର ମାନଙ୍କର ଫଗୁ ଖେଳିଲା ବେଳେ ଏହି ଫଗୁ ଦେହରେ ପଡିଲେ କୌଣସି ଚର୍ମରୋଗ ହୋଇ ନଥିବା ବେଳେ ନିରୋଗ ରହିଥାନ୍ତି ଭକ୍ତ । ସେଇଥିପାଇଁ ଛୁଟି ଆସନ୍ତି ଭକ୍ତ କାହିଁ କେତେ ଦୁର ଦୂରାନ୍ତରୁ । ଖାଲି ଯେ ହରିହରଙ୍କର ମହାମେଳଣ ତା ନୁହେଁ ଚବିଶ ପ୍ରହରୀ ନାମଯଜ୍ଞ,ମୀନା ବଜାର ସାଙ୍ଗକୁ ରଂଙ୍ଗାରଂଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ନେଇଥାନ୍ତି ଦେଖଣାହାରୀ ।
ସବୁବର୍ଷ ଭଳି ଚଳିତ ବର୍ଷ ଏହି ଫଗୁଣ ପୁନି ମହୋତ୍ସବ ବଡ ଯାକ ଜମକରେ ପାଳନ କରାଯାଉଛି । ଫଗୁଣ ପୁନିରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞକୁ ପଚାଶ ବର୍ଷ ପୁରିଛି । ସେଇଥିପାଇଁ ଗୋଲଡେନ ଯୁବୁଲି ପାଳନ କରୁଛି ଫଗୁଣ ପୁନି ଯାତ୍ରା କମିଟି । ତା ସହିତ ମହାପ୍ରଭୁଙ୍କ ପଞ୍ଚଦୋଳ ନୀତି ସଂମ୍ପର୍ଣ୍ଣ ହୋଇ ମେଳଣ ପଡିଆରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁମୁରସିଂହା,ବାଗବର,ଶଣ୍ଢା,ଏବଂ ଜଗନ୍ନାଥ ମନ୍ଦିରରୁ ବିମାନ ଯୋଗେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଅଣାଯାଇଥିବା ବେଳେ ଚଂମ୍ପାମାଲର ବାବା ଚଂମ୍ପେଶ୍ଵର,ଟିଠୀ ପାଲିର ବାବା ରାମେଶ୍ଵର,ଏବଂ କମଳପୁର ଗାଁର ବାବା ଗୁପ୍ତେଶ୍ଵର ବିମାନେ ଯୋଗେ ଆମି ମେଳଣ ପଡିଆରେ ଭେଟ ହୋଇଥାନ୍ତି ।
ହୋଲି ଦିନ ସୂର୍ଯ୍ୟୋଦୟ ସମୟରେ ସମସ୍ତ ହରି ଓ ହରଙ୍କ ମହା ମେଳଣ ହେବା ସହ ଫଗୁ ଓ ଅବିର ଲାଗି ହୁଅନ୍ତି । ତା’ପରେ ଏକା ସାଙ୍ଗରେ ବାହାରିଥାନ୍ତି ଦୋଳ ମଣ୍ଡପକୁ । ପଞ୍ଚ ଉପଚାରରେ ୧୦୮ ଆଳତୀ ଓ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଏହି ଦୁର୍ଲଭ ଦର୍ଶନ କରି ଭକ୍ତ ନିଜକୁ ବେଶ ଆନନ୍ଦିତ ମନେ କରିଥାଏ । ସେପଟେ ଯାତ୍ରା ଭିଡ଼କୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ୪ପ୍ଲାଟୁନ ପୋଲିସ ଫୋର୍ସ ସହ ଲୋକଙ୍କର ଯେଭଳି କୌଣସି ଅସୁବିଧା ନହେବ ସେନେଇ କଡା ନଜର ରହିଛି ବୋଲି ସ୍ଥାନୀୟ ଏସଡିପିଓ କହିଛନ୍ତି ।
Also read:୬୦୦ ବର୍ଷ ଧରି ପାଳିତ ହେଉଛି କନିକା ରାଜମେଳଣ, ଉଠୁଛି ପଡୁଛି ଗାଁ ଦାଣ୍ଡ