ବ୍ରେକ୍ଅପ୍ ପରେ ସବୁ ଝିଅ କରିଥାନ୍ତି ଏହି ୫ଟି କାମ, ଆପଣ ବି କରୁନାହାନ୍ତି ତ ଏମିତି

ସମସ୍ତଙ୍କ ଜୀବନରେ ଏମିତି କେହି ନା କେହି ଜଣେ ଥାନ୍ତି, ଯିଏ ଅନ୍ୟମାନଙ୍କଠାରୁ ସ୍ପେଶାଲ ହୋଇଥାନ୍ତି। ଖାସ୍ କରି ପ୍ରେମ ସମ୍ପର୍କରେ ଥିବା ଯୁବକ ଯୁବତୀ ପରସ୍ପର ପାଇଁ ଖୁବ୍ ସ୍ୱତନ୍ତ୍ର ହୋଇଥାନ୍ତି। ସମ୍ପର୍କ ଭାଙ୍ଗିବା ପରେ ଉଭୟ ମଧ୍ୟ ଭାଙ୍ଗି ପଡ଼ିଥାନ୍ତି। କିନ୍ତୁ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭାଙ୍ଗିପଡ଼ିଥାନ୍ତି। ଏହି ପରିସ୍ଥିତିରୁ ବାହାରକୁ ଆସିବା ସେମାନଙ୍କ ପାଇଁ ବହୁତ କଷ୍ଟକର ହୋଇଥାଏ। ଏଣୁ ସେମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଆସନ୍ତୁ ଜାଣିବା ବ୍ରେକ୍ଅପ୍ ପରେ ଝିଅମାନେ କ’ଣ କରିଥାନ୍ତି…
ବୟଫ୍ରେଣ୍ଡ ସିଙ୍ଗଲ ନା ମିଙ୍ଗଲ:
ବ୍ରେକ୍ଅପ୍ ପରେ ଅଧିକାଂଶ ଝିଅ ନିଜ ପୂର୍ବତନ ବୟଫ୍ରେଣ୍ଡଙ୍କ ରିଲେସନ୍ସିପ୍ ବିଷୟରେ ଜାଣିବାକ ଇଚ୍ଛୁକ ଥାନ୍ତି। ଏକ୍ସ ଏବେ ବି ସିଙ୍ଗଲ ଅଛନ୍ତି ନା ମିଙ୍ଗଲ ହେଲେଣି ତାହା ଉପରେ ଝିଅମାନେ ନଜର ରଖିଥାନ୍ତି। ଏଥିପାଇଁ ସେମାନେ ମ୍ୟୁଚୁଆଲ ଫ୍ରେଣ୍ଡଙ୍କ ସହାୟତା ଲୋଡ଼ିଥାନ୍ତି।
ବ୍ଲକ ପରେ ପୁଣି ଅନ୍ବ୍ଲକ୍ କରିବା:
ବ୍ରେକ୍ଅପ୍ ପରେ ପ୍ରାୟତଃ ଝିଅମାନେ ନିଜ ଏକ୍ସକୁ ଫେସ୍ବୁକ ଓ ହ୍ଵାଟ୍ସଆପ୍ରେ ବ୍ଲକ୍ କରିଦେଇଥାନ୍ତି। କିନ୍ତୁ କିଛି ଦିନ ପରେ ସେମାନେ ପୁଣି ଥରେ ତାଙ୍କୁ ଅନ୍ବ୍ଲକ୍ କରିଥାନ୍ତି। ଫଳରେ ସବୁବେଳେ ଏକ୍ସଙ୍କ ବିଷୟରେ ସେମାନେ ସୂଚନା ପାଇପାରିବେ। ସେମାନେ ବୟଫ୍ରେଣ୍ଡଙ୍କ ପ୍ରୋଫାଇଲ୍ ଫଟୋ ଓ ଷ୍ଟାଟସ୍କୁ ମଧ୍ୟ ନିୟମିତ ଚେକ୍ କରିଥାନ୍ତି।
ଖୁସି ରହୁଥିବା ନାଟକ:
ଝିଅମାନେ ଭିତରେ ଦୁଃଖୀ ଥିଲେ ବି ବ୍ରେକଅପ୍ ପରେ ସେମାନେ ବୟଫ୍ରେଣ୍ଡଙ୍କ ସାମ୍ନାରେ ଖୁସି ରହୁଥିବା ଭଳି ଦେଖେଇ ହୋଇଥାନ୍ତି। ସେ ଦୁଃଖୀ ଅଛନ୍ତି ବୋଲି ନ ଜଣାଇବାକୁ ଏଭଳି ନାଟକ କରିଥାନ୍ତି। କାରଣ ସେ ବୟଫ୍ରେଣ୍ଡଙ୍କୁ ଜଣାଇବାକୁ ଚାହାଁନ୍ତି ଯେ ତାଙ୍କ ବିନା ମଧ୍ୟ ସେ ଖୁସି ରହିପାରିବେ।
ସୋସିଆଲ ମିଡିଆରେ ଆକ୍ଟିଭ୍:
ବ୍ରେକ୍ଅପ୍ ଦୁଃଖରୁ ବାହାରିବା ପାଇଁ ଝିଅମାନେ ସୋସିଆଲ ମିଡିଆର ସାହାରା ନେଇଥାନ୍ତି। ବେଳେବେଳେ ସେମାନେ ଏକ୍ସଙ୍କୁ ଦେଖେଇବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। ଫଳରେ ବୟଫ୍ରେଣ୍ଡ ଜାଣିପାରିବେ ଯେ ବ୍ରେକ୍ଅପ୍ ପରେ ମଧ୍ୟ ସେ ଖୁସି ଅଛନ୍ତି।
ସାଙ୍ଗଙ୍କ ସହ ଅଧିକ ମିଳାମିଶା:
ବ୍ରେକ୍ଅପ୍ ପରେ ଝିଅମାନେ ପୁରୁଣା ବନ୍ଧୁବାନ୍ଧବଙ୍କ ସହ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହି ସମୟରେ ସେମାନେ ଅଧିକ ପାର୍ଟି ମଧ୍ୟ କରିଥାନ୍ତି ଫଳରେ ବୟଫ୍ରେଣ୍ଡ ଜାଣିବେ ଯେ ସେ ଖୁସି ଅଛନ୍ତି। କେବଳ ଏତିକି ନୁହେଁ ବ୍ରେକଅପ୍ ଷ୍ଟ୍ରେସ୍ ଦୂର କରିବାକୁ ଝିଅମାନେ ବହୁତ ସପିଂ ମଧ୍ୟ କରିଥାନ୍ତି।