ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ‘ଫନି’ର ତାଣ୍ଡବ, ଉପୁଡ଼ି ପଡ଼ିଲା ବଡ଼ ବଡ଼ ଗଛ

ପୁରୀ(କେ ନ୍ୟୁଜ୍) : ପୁରୀରେ ଲ୍ୟାଣ୍ଡଫଲ ହେବା ପୂର୍ବରୁ ସାମୁଦ୍ରିକ ବାତ୍ୟା ଫନି ତାଣ୍ଡବ ଆରମ୍ଭ କରିସାରିଲାଣି । ବର୍ତ୍ତମାନ ପୁରୀରେ ୧୭୫ କିମି ବେଗରେ ପବନ ବହୁଛି । ବାତ୍ୟା ପ୍ରଭାବରେ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ଏସଆରସିଙ୍କ ସୂଚନା ଅନୁସାରେ ଯେକୌଣସି ମୁହୂର୍ତ୍ତରେ ଲ୍ୟାଣ୍ଡଫଲ କରିପାରେ ସାମୁଦ୍ରିକ ବାତ୍ୟା ଫୋନି । ଲ୍ୟାଣ୍ଡଫଲ ପ୍ରକିୟା ଆରମ୍ଭ ହୋଇଥିବା କହିଲେ ଏସଆରସି । ତେବେ ପୁରୀରୁ ଆଉ ୩୦ କିମି ଦୂରରେ ଅଛି ଫନି ।