FCI ରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ଖାଲି, ଲକ୍ଷେରୁ ଅଧିକ ଦରମା
ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । FCI ରେ ଖାଲିପଡିଛି ୪୬ ପଦବୀ । ଦରମା ମାସକୁ ଦେଢ ଲକ୍ଷରୁ ଅଧିକ । ୫ ବର୍ଷର ଅଭିଜ୍ଞତା ଥିଲେ ମିଳିବ ଚାକିରି ।

FCI ବା ଫୁଡ କର୍ପୋରେସନ ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ । ଏଠାରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ fci.gov.in କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ୩ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ରହିଛି । ଏହି ଭର୍ତ୍ତି ଡେପୁଟେସନ ଆଧାରରେ ହେବ ।
ପଦବୀ ବିବରଣୀ : ୪୬
ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(AE) : ୨୬
ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(EM) : ୨୦
ଜରୁରୀ ତାରିଖ : ପ୍ରାର୍ଥୀ ଏହି ଭର୍ତ୍ତି ପାଇଁ ଆବେଦନ ୩ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା :
ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (AE) ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସିଭିଲି ଇଂଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ । E-3 ଓ L-11 ଗ୍ରେଡରେ ଭର୍ତ୍ତି ପାଇଁ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ସେହିପରି ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(EM) ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂ/ମେକାନିକାଲ ଇଂଜିନିୟରିରେ ଡିଗ୍ରୀ ରଖିଥିବା ଜରୁରୀ।E-3 ଓ L-11 ଗ୍ରେଡରେ ଭର୍ତ୍ତି ପାଇଁ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ଅତିକମରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ ।
ଦରମା : ପ୍ରାର୍ଥୀଙ୍କୁ ମାସିକ ଦରମା ୬୦ ହଜାରରୁ ୧.୮୦ ଲକ୍ଷ ପର୍ଯ୍ୟନ୍ତ ମିଳିବ ।
କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ପର୍ସନାଲ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।
କେଉଁଠି ହେବ ନିଯୁକ୍ତି : ଚୟନିତ ପ୍ରାର୍ଥୀଙ୍କୁ ଦିଲ୍ଲୀ/ଏନସିଆର, ଚେନ୍ନାଇ, ମୁମ୍ବାଇ, କୋଲକତା, ଗୌହ୍ଵାଟୀ, ଚଣ୍ଡିଗଢ, ଶିମଲା, ଜୟପୁର, ଲକ୍ଷ୍ମୌ, ଜମ୍ମୁ କଶ୍ମୀର, ଡେରାଡୁନ, ପଞ୍ଚକୁଲା, ବେଙ୍ଗାଲୁରୁ, ଅମରାବତୀ, ହାଇଦ୍ରାବାଦ, ଅହମଦାବାଦ, ରାୟପୁର, ଭୋପାଳ, ପାଟନା, ରାଞ୍ଚି, ଭୁବନେଶ୍ୱର, ଶିଲଂ, ଇଟାନଗର, ଇମ୍ଫାଲ, ଦୀମାପୁର ଆଦିରେ ମିଳିବ ।
ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ :