ଖୁବ ଧୁମଧାମରେ ପାଳିତ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତିଶ ବେଶ, ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ

ମହାପ୍ରଭୁଙ୍କର କେତେ ଯେ ରୂପ ତାହା କହିଲେ ନ ସରେ । ବର୍ଷ ସାରା ଅନେକ ବେଶରେ ନିଜ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ସେହିଭଳି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚକସାର୍ଥାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତିଶ ବେଶ ଏବଂ ମଧୁର ମେଳା ୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ମହାପ୍ରଭୁଙ୍କର କେତେ ଯେ ରୂପ ତାହା କହିଲେ ନ ସରେ । ବର୍ଷ ସାରା ଅନେକ ବେଶରେ ନିଜ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ସେହିଭଳି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚକସାର୍ଥାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବତିଶ ବେଶ ଏବଂ ମଧୁର ମେଳା ୨୦୨୩ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । କାଳିଆ ସାଆନ୍ତଙ୍କର ଏହି ବତିଶ ବେଶ ପର୍ବ ବାଲେଶ୍ୱରରେ ଖୁବ ପ୍ରସିଦ୍ଧ ।

ଏହି ଦିନ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଦୀର୍ଘ ୧୦ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନାମ ଯଜ୍ଞ, ସଂକୀର୍ତ୍ତନ, ଅଧ୍ୟାତ୍ମିକ ପ୍ରବଚନ ସମେତ ପ୍ରତ୍ୟକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ପ୍ରତିଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ସାମୁହିକ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରୁଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ପୁରୀ ଶ୍ରୀ ଜଗନ୍ନାଥ ଧାମରୁ ଆସିଥିବା ପଣ୍ତିତ ତଥା ପୁରୀ ମୁକ୍ତି ମଣ୍ତପର ବିଧାନ କମିଟି ସଭ୍ୟ ବିଚିତ୍ରାନନ୍ଦ ମିଶ୍ରଙ୍କ ଦ୍ୱାରା ଅଧ୍ୟାତ୍ମିକ ପ୍ରବଚନ ସାଙ୍ଗକୁ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପୂଜାର୍ଚନା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ ଓ ଦର୍ଶକମାନେ ।