ଯିଏ ଯେଉଁ ମାନସିକ ରଖି ବାବାଙ୍କୁ ସ୍ମରଣ କରେ, ବାବା ପୂରଣ କରିଥାନ୍ତି ମନସ୍କାମନା

ପିପିଲି: ଚାଲିଛି ହୋମ ଯଜ୍ଞ । ତା ସାଙ୍ଗକୁ ବାବାଙ୍କ ନାମ ଉଚ୍ଚାରଣ । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଅବସର ଥିଲା ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ବ୍ରାହ୍ମଣ ତରବଇ ଶାସନ ଗ୍ରାମରେ ଶିରିଡ଼ି ସାଇ ମନ୍ଦିର ପଞ୍ଚମ ପ୍ରତିଷ୍ଠା ଉତ୍ସବର । ଗ୍ରାମର ସମସ୍ତେ ଭଗବତ ପ୍ରେମରେ ତଲିନ ହୋଇ ହଜି ଯାଇଛନ୍ତି ସେ ଠାକୁର ନାମ ଉଚ୍ଚାରଣରେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାବା ଶିରିଡ଼ି ସାଇଙ୍କ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା ।
ଗ୍ରାମବାସୀଙ୍କ ଦ୍ଵାରା ମନ୍ଦିରରେ ବାବାଙ୍କ ପ୍ରତିମୂର୍ତୀ ସ୍ଥାପନ କରିବା ସହିତ ପ୍ରତ୍ୟହ ବାବାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଯିଏ ଯେତେବେଳେ ଯେଉଁ ମାନସିକ ରଖି ବାବାଙ୍କୁ ସ୍ମରଣ କରିଥାନ୍ତି ବାବା ତାଙ୍କ ମନସ୍କାମନା ପୂରଣ କରିଥାନ୍ତି । ଦିନ ତମାମ୍ ଉତ୍ସବ ଲାଗି ରହିଥିବାବେଳେ ସଂଧ୍ୟାରେ ପୂର୍ଣ୍ଣାହୁତି କରାଯାଇଥିଲା । ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ଵାରା ମନ୍ତ୍ର ଧ୍ୱନୀ କରାଯାଇ ବାବାଙ୍କୁ ଆବାହନ କରାଯାଇ ଘିଅ ଆହୂତି ପ୍ରଦାନ କରାଯାଇଥିଲା । ଏହି ମନ୍ଦିର ପ୍ରତିବର୍ଷ ପ୍ରତିଷ୍ଠା ହେବା ଦ୍ଵାରା ଗ୍ରାମରେ ଭାଇଚାରା ସହିତ ସ୍ନେହ ଶ୍ରଦ୍ଧା ସୃଷ୍ଟି ହୋଇଥିଲା ।
ପ୍ରତିଷ୍ଠା ଉତ୍ସବରେ ଏକାଠି ହୋଇଥିଲେ ସମସ୍ତେ । ମନରେ ରାଗ ରୋଷ କି ଅଂହ ଭାବ ନ ଥିଲା । ସମସ୍ତଙ୍କ ମନରେ ଥିଲା ଭକ୍ତି ଭାବ । ଭକ୍ତି ଭାବରେ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯୋଡ଼ି ହୋଇଥିଲା ଏକ ସମ୍ପର୍କର ସେତୁ । ସାଇଙ୍କ ପ୍ରେମରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ ।
ଆହୁରି ପଢନ୍ତୁ: ନିଆରା ପରମ୍ପରା ବିଜୟା ରଥଯାତ୍ରା, ଦେଖିବା ପାଇଁ ଲାଗେ ଭକ୍ତଙ୍କ ଭିଡ଼