ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ, ୫ ଲକ୍ଷ ଟଙ୍କାର ବସ୍ତ୍ର ପୋଡି ନଷ୍ଟ

ଯାଜପୁର: ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ । ଯାଜପୁର ଜିଲ୍ଲା ବ୍ୟାସନଗର ସହରର ମିଶ୍ରିଲାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଶୀତବସ୍ତ୍ର ଦୋକାନରେ ଅଗ୍ନିକାଣ୍ଡ । ନିଆଁ ଲାଗି ପାଖାପାଖି ୫ ଲକ୍ଷ ଟଙ୍କାର ବସ୍ତ୍ର ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ଦୋକାନରେ ନିଆଁ ଲାଗିଥିଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଦୋକାନରେ କେମିତି ନିଆଁ ଲାଗିଲା, କାରଣ ଅସ୍ପଷ୍ଟ ରହିଛି ।