ରାୟଗଡ଼ା : ଜଳିଗଲା କପା ମିଲ୍‌

ରାୟଗଡ଼ା : ରାୟଗଡ଼ା କୁସୁଟିପେଣ୍ଠ ଜଗନ୍ନାଥ କପାମିଲ୍‌ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ଜଳି ଯାଇଛି। ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ବିଦ୍ୟୁତ୍‌  ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।