ଜଳିଗଲେ ୧୦ ଜୁନିୟର ଫୁଟ୍ବଲ୍ ଖେଳାଳି

ରିଓ ଡି ଜାନେଇରୋ : ବ୍ରାଜିଲର ପ୍ରସିଦ୍ଧ ଫୁଟ୍ବଲ୍ କ୍ଲବ୍ ଫ୍ଲେମିଙ୍ଗୋରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୧୪ରୁ ୧୭ ବୟସର ଜୁନିୟର ଖେଳାଳିମାନେ ରହୁଥିବା ବିଲଡିଂରେ ଆଜି ସକାଳେ ନିଆଁ ଲାଗି ଏଭଳି ସ୍ଥିତି ଉପୁଜିଥିଲା । ସେହି ଯୁବା ଖେଳାଳିମାନଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଭୋର ପ୍ରାୟ ୫ଟା ସମୟରେ ଡରମିଟୋରିରେ ନିଆଁ ଲାଗି ଏହା ଚାରିଆଡ଼କୁ ବ୍ୟାପି ଯାଇଥିଲା । ପ୍ରାୟ ୭ଟା ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ସେତେବେଳେକୁ ବହୁତ କିଛି କ୍ଷତି ଘଟି ସାରିଥିଲା ।