ସିଦ୍ଧ ମହାବୀରଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳିତ, ଶହ ଶହ ଭକ୍ତଙ୍କ ଭିଡ଼

ଟାଙ୍ଗୀ : ପ୍ରତି ଗାଁରେ ରହିଛି ଅନେକ ମଠ ଓ ମନ୍ଦିର । କର୍ମମୟ ଜୀବନରେ ଶାନ୍ତି ଟିକିଏ ପାଇବା ପାଇଁ ଲୋକମାନେ ଭଗବାନଙ୍କୁ ସ୍ମରଣ କରିଥାଆନ୍ତି । ମଠ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଥାଆନ୍ତି । ଏହି ପରିପେକ୍ଷୀରେ ପ୍ରଭୁ ହନୁମାନଙ୍କ କଥା ପଡିଲେ ଆମେ ସଭିଏଁ ଜାଣିଛନ୍ତି କି ମହାବୀରଙ୍କ ସାଧନାରେ ଯେକୌଣସି ପ୍ରକାର ଅନିଷ୍ଟ ଗ୍ରହର ପ୍ରକୋପରୁ ମୁକ୍ତି ମିଳିଥାଏ । ହନୁମାନଙ୍କ ଶରଣରେ ଥିବା ଭକ୍ତମାନଙ୍କୁ ପ୍ରଭୁ ସର୍ବଦା ସବୁ ବିପଦରୁ ରକ୍ଷା କରିଥାନ୍ତି ।

ତେବେ ଆସନ୍ତୁ କଥା ହେବା ସିଦ୍ଧ ମହାବୀରଙ୍କ କଥା । ଯାହାଙ୍କ ମହିମା କହିଲେ ନସରେ । ସିଦ୍ଧ ମହାବୀରଙ୍କ ଠାରେ ଦୂର ହୁଏ ସବୁ ସମସ୍ୟା । ୧୬ ନମ୍ୱନର ଜାତୀୟ ରାଜପଥ କନ୍ଧନୟାଗଡ଼ ବାଇପାସରେ ଅବସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ମନ୍ଦିର । ଏଠାରେ ପ୍ରଥମ ବାର୍ଷିକ ଉତ୍ସବ ଓ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ, ଦ୍ୱିତୀୟ ଦିବସରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶେଷ ପୂର୍ଣ୍ଣାହୁତି ଦିବସ ଉତ୍ସବରେ ଆଖ ପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଯଜ୍ଞାନୁଷ୍ଠାନରେ ଯୋଗ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଶେଷ ଦିବସ ସନ୍ଧ୍ୟାରେ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରଭୁ ମହାବୀରଙ୍କ ନିକଟରେ ଯିଏ ଯାହା ମାନସିକ କରେ ତାହା ନିଶ୍ଚିତ ଭାବରେ ପୂରଣ ହୁଏ । ଏଣୁ ବହୁ ଦୂରଦୂରାନ୍ତରରୁ ମାନସିକଧାରୀ ଭକ୍ତ ମାନେ ଧାଇଁ ଆସନ୍ତି ଏହି ପୀଠକୁ ବୋଲି ସ୍ଥାନୀୟ ବାସିନ୍ଦା ମାନେ କୁହନ୍ତି । କନ୍ଧନୟାଗଡ଼, ଚାନ୍ଦପୁର, ଚମ୍ପାଗଡ଼, ଟାଙ୍ଗୀ, ବେଣ୍ଟ ଓ ଆଖ ପାଖ ଅଞ୍ଚଳର ଗ୍ରାମବାସୀଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ଯଜ୍ଞ କାର୍ଯ୍ୟ ସମ୍ପାଦନ ହୋଇଥିଲା ।

ଆହୁରି ପଢନ୍ତୁ: ସପ୍ତସତୀ ଚଣ୍ଡି ବିଶ୍ୱଶାନ୍ତି ମହାଯଜ୍ଞରେ ଦୁଲୁକିଲା ବଡ଼ମଙ୍ଗଳପୁରର ଗ୍ରାମ ଦେବତୀ ମା’ କରଞ୍ଜେଇଙ୍କ ମନ୍ଦିର