ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍ରୁମ୍ ଲାଇଫ୍କୁ କରିପାରେ ଅଧିକ ଉପଭୋଗ୍ୟ

ବିବାହ ପରେ ସବୁ ପୁରୁଷ ଓ ମହିଳା ନିଜ ସାଥୀଙ୍କ ଠାରୁ ଭଲପାଇବା ଚାହିଁଥାନ୍ତି। ଉଭୟେ ଉଭୟଙ୍କ ମନକୁ ବୁଝିବା ସହ ଶାରୀରିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ପୁରୁଷମାନେ ବେଡ୍ରୁମ୍ରେ ନିଜ ସାଥୀଙ୍କୁ ସେତିକି ଖୁସି ଦେଇପାରିନଥାନ୍ତି ଯେତିକି ସେମାନେ ଆଶା କରିଥାନ୍ତି। ଫଳସ୍ୱରୂପ ଉଭୟଙ୍କ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଥାଏ। ମହିଳାଙ୍କ ପ୍ରଜନନ ପାଇଁ ଯେପରି ଇଷ୍ଟ୍ରୋଜେନ୍ ହରମୋନ୍ ଆବଶ୍ୟକ ହୋଇଥାଏ, ପୁରୁଷଙ୍କ ପାଇଁ ମଧ୍ୟ ସେହିଭଳି ଟେଷ୍ଟ୍ରୋଷ୍ଟେରନ୍ ଆବଶ୍ୟକ ପଡ଼ିଥାଏ। ଶରୀରରେ ଏହି ହରମୋନ୍ର ପରିମାଣ ହ୍ରାସ ଘଟିଲେ ପୁରୁଷଙ୍କ ଠାରେ ସମ୍ଭୋଗର ଇଚ୍ଛା କ୍ରମଶଃ କମେ। ଆପଣ ବି ଯଦି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଖାଦ୍ୟରେ ଏହି ଜିନିଷ ସାମିଲ କରି ନିଜ ବେଡ୍ରୁମ୍ ଲାଇଫ୍ କରନ୍ତୁ ଆହୁରି ଉପଭୋଗ୍ୟ…
୧.ଅଶ୍ୱଗନ୍ଧା:
ଆୟୁର୍ବେଦରେ ଅଶ୍ୱଗନ୍ଧାକୁ ଏକ ଜଡ଼ିବୁଟି ଭାବେ ବ୍ୟବହାର କରାଯାଏ। ସମ୍ଭୋଗକୁ ଉତ୍ତମ କରିବା ପାଇଁ ଏହା ବ୍ୟବହୃତ ହୁଏ। ଅଶ୍ୱଗନ୍ଧା ଶରୀରରେ ମାଂସପେଶୀକୁ ଉର୍ଜା ଯୋଗାଇବା ସହ କାମ ଇଚ୍ଛା ବୃଦ୍ଧି କରିଥାଏ। ନିୟମିତ ଅଶ୍ୱଗନ୍ଧା ସେବନ କରିବା ଦ୍ୱାରା ଶରୀରରେ ଟେଷ୍ଟୋଷ୍ଟେରନ୍ର ମାତ୍ରା ଠିକ୍ ରହିଥାଏ। ଫଳରେ ସେମାନେ ନିଜ ସାଥୀଙ୍କୁ ସନ୍ତୁଷ୍ଟ କରିପାରନ୍ତି।
୨.ପଇଡ଼ ପାଣି:
ହରମୋନ୍କୁ ନିୟନ୍ତ୍ରିତ ରଖିବାରେ ପ୍ରାକୃତିକ ଖାଦ୍ୟଦ୍ରବ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପ୍ରତିଦିନ ପଇଡ଼ ପାଣି ପିଇବା ଦ୍ୱାରା ଶରୀରରେ ଶୁକ୍ରାଣୁର ପରିମାଣ ବୃଦ୍ଧିପାଏ। ଫଳରେ ପୁରୁଷଙ୍କ ଠାରେ କାମୋଦ୍ଦୀପନା ବଢ଼େ। ଆପଣ ଚାହିଁଲେ ନଡ଼ିଆ ମଧ୍ୟ ଖାଇପାରିବେ।
୩.କଖାରୁ:
ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ଶକ୍ତି ବୃଦ୍ଧି କରିବାରେ କଖାରୁ ବେଶ୍ ଲାଭଦାୟକ ହୋଇଥାଏ। ଏହା ସମ୍ଭୋଗର ଇଚ୍ଛା ବୃଦ୍ଧି କରିବା ସହ ଉର୍ଜା ଯୋଗାଇଥାଏ। ଶୁକ୍ରାଣୁ ବୃଦ୍ଧି କରିବାର ଏହା ଏକ ଭଲ ଓ ଶସ୍ତା ମାଧ୍ୟମ ମଧ୍ୟ। କେବଳ କଖାରୁ ନୁହେଁ ଏହାର ମଞ୍ଜିରେ ଥିବା ଏମିନୋ ଏସିଡ୍ ଶରୀରରେ ସେରାଟୋନିନ୍ ଏବଂ ଟେଷ୍ଟ୍ରୋଷ୍ଟେରନ୍ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରେ।
୪.ଆଭୋକାର୍ଡୋ:
ଆଭୋକାର୍ଡୋ ଏକ ଏଭଳି ଫଳ ଯାହା ଉଭୟ ମହିଳା ଓ ପୁରୁଷଙ୍କ ଠାରେ ସମ୍ଭୋଗ କ୍ଷମତା ବୃଦ୍ଧି କରିଥାଏ। କେବଳ ସମ୍ଭୋଗ ନୁହେଁ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଶରୀରର ଗଠନକୁ ମଧ୍ୟ ଆକର୍ଷକ କରିଥାଏ।
ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା
୫.ଚିୟା ସିଡ୍ସ:
ସମ୍ଭୋଗ କ୍ରିୟାକୁ ଅଧିକ ରୋମାଞ୍ଚକ କରିବାରେ ଚିୟା ସିଡ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପୁରୁଷଙ୍କ ଶକ୍ତି ବୃଦ୍ଧି କରିବାରେ ଚିୟା ସିଡ୍ସ ସାହାଯ୍ୟ କରେ। ସୁପର ମାର୍କେଟ କିମ୍ବା ମେଡିସିନ୍ ଦୋକାନରେ ଆପଣ ସହଜରେ ଏହାକୁ ପାଇପାରିବେ। ଏହାକୁ ଆପଣ ଦଲିଆ, ଖେଚୁଡ଼ି, ପୋହା, ତରକାରୀ କିମ୍ବା ସାଲାଡ ଆଦିରେ ମିଶାଇ ଖାଇପାରିବେ।