ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନିଟି ବୃଦ୍ଧି ଚାହୁଁଛନ୍ତି କି, ଆପଣାନ୍ତୁ ଏହି ନୁସ୍କା

ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ ଇମ୍ୟୁନିଟି ପାଓ୍ଵାର ବା ରୋଗ ପ୍ରତିରୋଧକ ଶକ୍ତି । ଶରୀରରେ ଏହା କମିଗଲେ ରୋଗ ମାଡ଼ି ବସିଥାଏ । ଏବେ କରୋନା ପାଇଁ ସମସ୍ତେ ଇମ୍ୟୁନିଟି ପାଓ୍ଵାର ବଢ଼ାଇବାକୁ ନେଇ ବ୍ୟସ୍ତ । କେମିତି ବଢ଼ିବ ଶରୀରର ଇମ୍ୟୁନିଟି । ଆଜି ଆମେ ଆପଣଙ୍କୁ କହିବୁ ଇମ୍ୟୁନିଟି ପାଓ୍ଵାର ବଢ଼ାଇବାର କିଛି ଘରୋଇ ନୁସ୍କା ।
ଇମ୍ୟୁନିଟିକୁ ବନାନ୍ତୁ ଷ୍ଟ୍ରଙ୍ଗ୍ : ଲବଙ୍ଗ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୁର । ଏହା ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ ବନାଇବାରେ ସହାୟକ ହୋଇଥାଏ । ଏହା ଶରୀରର ଇନ୍ଫେକ୍ସନ୍ ରୋକିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଲବଙ୍ଗ ଖାଇବା ଦ୍ୱାରା ଶରୀରରେ ଥିବା ବ୍ୟାକ୍ଟେରିଆ ଓ କିଟାଣୁ ନଷ୍ଟ ହୋଇଥାଏ ।

ଖାସ୍ ଥଣ୍ଡା ପାଇଁ ଉପକାରୀ ଲବଙ୍ଗ : ଋତୁକାଳୀନ ଥଣ୍ଡା-ସର୍ଦ୍ଦି ଓ ଭାଇରାଲ ସଂକ୍ରମଣରୁ ଲବଙ୍ଗ ରକ୍ଷା କରିଥାଏ । ଏଥିରେ ଥିବା ଏଣ୍ଟି ଫୁଙ୍ଗାଲ ଓ ଏଣ୍ଟିସେପ୍ଟିକ ଗୁଣ ସର୍ଦ୍ଦି, କାଶ ଓ ଜ୍ୱରରୁ ରକ୍ଷା କରିଥାଏ । ଏହା ମଧ୍ୟ ଗଳା ଖରାପରୁ ରକ୍ଷା କରିଥାଏ ।
ଏମିତି କରନ୍ତୁ ଲବଙ୍ଗର ବ୍ୟବହାର :
– ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗକୁ ଭଲ ଭାବେ ଚୋବାଇ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଏହାଦ୍ୱାରା ଗଳାର ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ ।
– କାସ ହେଉଥିଲେ ୨/୩ ଲବଙ୍ଗକୁ ପାଟିରେ ରଖି ଚୋବାନ୍ତୁ । ଏହାର ରସ କାଶରୁ ରକ୍ଷା ଦେଇଥାଏ ।
କାଢ଼ା ପ୍ରସ୍ତୁତି ବିଧି :
ଏଥିପାଇଁ ୧ ଚାମଚ ଲବଙ୍ଗ, କଳା ମରିଚ, ୨ଟା ଅଳେଇଚ, ଡାଲଚିନ୍ ୧ ଷ୍ଟିକ, ୭/୮ ତୁଳସୀ ପତ୍ର, ହଳଦୀ ଚିମୁଟାଏ ଓ ୨/୩ ଟି କିସ୍ମିସ୍ କୁ ନେଇ ପେସି ଦିଅନ୍ତୁ । ପରେ ଏହାକୁ ପାଣିରେ ଫୁଟାନ୍ତୁ ଓ ପାଣି ଅଧା ହୋଇଗଲେ ଏହାକୁ ଗରମ ଗରମ ପିଅନ୍ତୁ । ଏହା ଇମ୍ୟୁନିଟି ବୃଦ୍ଧି ପାଇଁ ସବୁଠୁ ବଡ଼ ନୁସ୍କା ।