ମାଓଗଡରେ ବନ୍ଧୁକ ଧରୁଥିବା ମହିଳା ମାଓ କମାଣ୍ଡର ଆଜି ବିଧାୟିକା ସାଜି କରୁଛନ୍ତି ସମାଜସେବା

ମାଲକାନାଗିରି (କେନ୍ୟୁଜ) : ମାଓ ନେତ୍ରୀରୁ ସମାଜ ସେବୀ । ନେତା ହେବତ ଏମିତି। ବନ୍ଧୁକ ମୁନର ଶାସନ ଛାଡି ବିଧାୟକ ହେବା ପରେ ଜନ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବିଧାୟିକା ଦାନସୁରି । ଦିନେ ସେ ମାଓଗଡରେ ବନ୍ଧୁକ ଧରି ଶାସନ କରୁଥିଲେ । ତାଙ୍କ ନା ଶୁଣିଲେ  ଲୋକଙ୍କ ଦେହରେ ସିହରଣ ଖେଳି ଯାଉଥିଲା । ଏକଦା ପୋଲିସର ନିଦ ହଯାଇ ଦେଉଥିବା ଏହି ମହିଳା ମାଓ କମାଣ୍ଡର ଯେ ଦିନେ ବିଧାୟିକା ହେବେ ଏବଂ ଜନ ସେବାରେ ନିଜକୁ ଉତ୍ସର୍ଗିତ କରିବେ ତାହା କେବେ କେହି ଭାବି ନଥିଲେ।

କିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସିମାନ୍ତ ତେଲେଙ୍ଗାନାର ମୁଲକୁଲ ନିର୍ବାଚନ ମଣ୍ଡଳିରୁ । ଏହି ନିର୍ବାଚନ ମଣ୍ଡଳିରେ ଗତ ନିର୍ବାଚନରେ କଂଗ୍ରେସ  ଦଳର ପ୍ରାର୍ଥିନି ଭାବରେ ନିର୍ବାଚିତ ହୋଇଥିଲେ ମହିଳା  ବିଧାୟିକା ଦାନସୁରି ଅଂଶୁୟା ଓରଫ ସିତକା । ତେବେ ବିଧାୟକ ହେବା ପରେ କରୋନା ମହାମାରି ସମୟରେ ଅପହଁଚ ଇଲାକାର ଲୋକଙ୍କ ନିକଟରେ ପହଁଚି ଜନ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଜଣେ ବିଧାୟିକା ହେବା ପରେ ସେ ଗୁରୁତ୍ୱ ଦେଇଛନ୍ତି ମାନବ ସେବାପ୍ରତି । ୧୬ ବର୍ଷ ବୟସରେ ସେ ହାତରେ  ବନ୍ଧୁକ ଧରି ଶାସନ କରିବା ପାଇଁ ମାଓ ଦଳରେ ସାମିଲ୍ ହୋଇଥିଲେ ।

ଏହାପରେ ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ମାଓବାଦୀ ଦଳରେ  ମାଓ କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଲୋକଙ୍କ ବିକାଶ ଏବଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ସେ ଆତ୍ମ ସର୍ମପଣ କଲେ । ଏବଂ ଲୋକଙ୍କ ସେବାରେ ନିଜକୁ ମସ୍‌ଗୁଲ୍ କରିଦେଲେ । ତାଙ୍କର ଏଭଳି ସେବା ମନଭାବ ଯୋଗୁଁ ସେ ବିଧାୟିକା ଭାବେ ବିଜୟ ହାସଲ କରିବା ପରେ ମଧ୍ୟ ନିଜର ଏହି ଜନ ସେବା ଜାରି ରଖିଛନ୍ତି । କରୋନା ଭଳି ମହାମାରି ସମୟରେ ଅନେକ ଘର ମଧ୍ୟରେ ରହି ଉପଦେଶ ଦେବାକୁ ଭଲ ପାଆନ୍ତି ତେବେ ଏଭଳି ସମୟରେ ବିଧାୟିକା ଦାନ୍‌ସୁରି ନିଜ ଅଂଚଳର ଦୁର୍ଗମ ଓ ମାଓ ଉପଦୁବ ଅଂଚଳରେ ରହୁଥିବା ଲୋକଙ୍କ ନିକଟରେ କରୋନା ସଚେତନତାର  ବାର୍ତା ପହଁଚାଇବା  ସହ  ଲୋକଙ୍କୁ ଖାଦ୍ୟ ବସ୍ତ୍ର  ଯୋଗାଇବା ପାଇଁ  ପ୍ରୟାସ ଆରମ୍ଭ କରିଛନ୍ତି ।

ନିଜେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲର ଖାଲଖମା ଭରା ମାଇଲ ମାଇଲ ରାସ୍ତାରେ ଚାଲି ଚାଲି ଲୋକଙ୍କ ନିକଟରେ ପହଁଚୁଛନ୍ତି । ଆଗାମୀ ଦିନରେ ସେ ବିଧାୟିକା ନ ରହିଲେ ମଧ୍ୟ ଏଭଳି ଜନ ସେବା ଜାରି ରଖିବେ ବୋଲି  ଦାନସୁରୀ କହିଛନ୍ତି। କରିଛନ୍ତି । ନିଜର ଏହି ସେବା ମନବୃତ୍ତି ପାଇଁ ସେ ଅନ୍ୟ ନେତା ମାନଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ । ଖାସ ଏଇଥି ପାଇଁ  ସମସ୍ତଙ୍କ ମୁଖରେ ଗୋଟିଏ କଥା ରହିଛି ନେତା ହେବତ ଦାନ୍‌ସୁରିଙ୍କ ଭଳି ।