NPCILରେ ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

ନ୍ୟୁକ୍ଲିୟର ପାୱାର କର୍ପୋରେସନ ଅଫ ଇଣ୍ଡିଆ(NPCIL)ରେ ନିଯୁକ୍ତି ପାଇଁ ୪୦୦ ପଦବୀ ଖାଲି ପଡିଛି । ଏହା ବ୍ୟତୀତ ମେକାନିକାଲ,ଇଲେକ୍ଟ୍ରିକାଲ, ସିଭିଲ ପଦବୀ ସମେତ ଅନ୍ୟ ବିଭାଗୀୟ ପଦବୀ ମଧ୍ୟ ରହିଛି । ଇଚ୍ଛୁକ ପ୍ରାର୍ଥୀ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ କରିପାରିବେ ।
ପଦବୀ ବିବରଣୀ : ୪୦୦
ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ BE/BTECH କିମ୍ବା BSCରେ ୬୦% ମାର୍କ ରଖିଥିବା ଆବଶ୍ୟକ । ଏହା ସହିତ GATE ୨୦୨୩,୨୦୨୪ କିମ୍ବା GATE ୨୦୨୫ରେ ମାର୍କ ଥିବା ଜରୁରୀ
ଦରମା : ୭୪,୦୦୦
ଆବେଦନ ଶୁଳ୍କ : ସାଧାରଣ, OBC, EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦୦ଯଭ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି । ଦିବ୍ୟାଙ୍ଗ, ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ ।
ଚୟନ ପ୍ରକ୍ରିୟା : ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ୨ ରୁ ୨୧ ଜୁନ୍ ମଧ୍ୟରେ ଇଣ୍ଟରଭ୍ୟୁ କରାଯିବାର ସମ୍ଭବନା ରହିଛି ।
ଆବେଦନ ପ୍ରକ୍ରିୟା :
ପ୍ରଥମ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
କ୍ୟାରିୟର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
‘Recruitment of executive trainees 2025ର NPCIL Gate 2023/2024/2025’ ସମ୍ବନ୍ଧୀୟ ବିଜ୍ଞାପନ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ବିଜ୍ଞାପନଟିକୁ ଠିକ୍ ଭାବେ ପଢି ଶିକ୍ଷାଗତ ଯୋଗ୍ୟତାର ଯାଞ୍ଚ କରନ୍ତୁ ।
ଆପ୍ଲାଏ ଲିଙ୍କ୍ ଉପରେ ଏବେ କ୍ଲିକ୍ କରନ୍ତୁ ।
ପେଜରେ ନିଜର ରେଜିଷ୍ଟ୍ରେସନ୍ କରନ୍ତୁ ।
ଲଗଇନ୍ କରି ପାସୱାର୍ଡ ଦେଇ କ୍ୟାପଚା ପୂରଣ କରନ୍ତୁ ଏବଂ ଦିଆଯାଇଥିବା ଲଗଇନ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
ଦିଆଯାଇଥିବା ସୂଚନାନୁସାରେ ଫର୍ମଟିକୁ ପୂରଣ କରନ୍ତୁ ।
ଶେଷରେ କ୍ୟାପଚା ପୂରଣ କରି ଆବେଦନ ଫର୍ମ ପୂରଣ କରି ଫର୍ମକୁ ସବମିଟ୍ କରନ୍ତୁ ।
Also Read : ସ୍କୁଲ ଟିଚର ନିଯୁକ୍ତି ପାଇଁ ୧୬ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି, ଜାଣନ୍ତୁ କ’ଣ ରହିଛି ନିର୍ଦ୍ଦେଶାବଳୀ ?