ସିଗାରେଟ ଦ୍ବାରା ହୋଇଥିବା କ୍ଷତିକୁ ପୂରଣ କରିବ ଏହି ଫଳ

ସିଗାରେଟ ସେବନ ଶରୀର ପାଇଁ କ୍ଷତିକାରକ ବୋଲି ଜାଣି ମଧ୍ୟ ବହୁତ ଲୋକ ସିଗାରେଟ୍ ସେବନ କରୁଛନ୍ତି। ଧୂମପାନ ଯୋଗୁଁ ଶ୍ବାସ ସମ୍ବନ୍ଧୀୟ ରୋଗରୁ ଆରମ୍ଭ କରି ଫୁସଫୁସରେ କ୍ୟାନ୍ସର ମଧ୍ୟ ହୋଇଥାଏ। ତମାଖୁ ଏବଂ ଧୂମପାନ କରିବା ଦ୍ବାରା ଲୋକଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡୁଛି। ତମାଖୁ ସେବନର ସିଧା ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ହିଁ ପଡ଼ିଥାଏ।
ଯଦି ଆପଣ ସିଗାରେଟ କାରଣରୁ ନିଜ ଶରୀରରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ କୌଣସି ଏକ ତାଜା ଫଳ ତଥା ଦୁଇଟି ଟମାଟୋକୁ ଖାଆନ୍ତୁ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ଶରୀରରେ ହୋଇଥିବା ଧୂମପାନ ଜନିତ କ୍ଷତିକୁ ବେଶ୍ କିଛି ମାତ୍ରାରେ ପୂରଣ କରିପାରିବେ।
ଏ ସମ୍ପର୍କିତ ଗବେଷଣାରୁ ଜଣାଯାଇଛି ଯେ ଯଦି କୌଣସି ବ୍ୟକ୍ତି ସିଗାରେଟ୍ ଛାଡ଼ି ନିୟମିତ ଭାବେ ତାଜା ଫଳ କିମ୍ବା ଟମାଟୋ ଖାଇବା କରିବା ଆରମ୍ଭ କରିଦେବ, ତେବେ ତାଙ୍କର ଫୁସଫୁସର କାର୍ଯ୍ଯ ପ୍ରଣାଳୀରେ ହୋଇଥିବା କ୍ଷତି ଧୀରେ ଧୀରେ କମ୍ ହେବାକୁ ଲାଗିବ। ଫଳ ତଥା ଟମାଟୋ ସେହି ଲୋକଙ୍କ ଫୁସଫୁସର କ୍ଷତିକୁ ଭରଣା କରିଦେଇଥାଏ । ଅବଶ୍ୟ ଯେଉଁମାନେ ସିଗାରେଟ୍ ଛାଡ଼ି ଥାନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ଲାଭ ମିଳିଥାଏ।
ଏହା ସହ ପଢ଼ନ୍ତୁ : ଆପଣ ଜାଣିଛନ୍ତି କି , ବଜାରରେ ମିଳୁଥିବା ପେନକିଲର ଠାରୁ ଅଧିକ ଉପଯୋଗୀ ଏହି ଘରୋଇ ଉପଚାର
ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଫଳକୁ ଭୋଜନରେ ସାମିଲ କରିବା ଦ୍ବାରା ପ୍ରାକୃତିକ ଭାବେ ଫୁସଫୁସରେ ଆସିଥିବା ବାର୍ଦ୍ଧକ୍ୟ ଭୟ ମଧ୍ୟ କମ୍ ହୋଇଥାଏ । ଫୁସଫୁସ୍ ଅଧିକ ସମୟ ପର୍ଯ୍ଯନ୍ତ ସଚଳ ଓ ସୁସ୍ଥ ରହେ।