GAILରେ ନିଯୁକ୍ତି ପାଇଁ ୭୩ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ

GAIL ଇଣ୍ଡିଆ ଲିମିଟେଡ୍ ଇଞ୍ଜିନିୟର ସ୍ନାତକ ପ୍ରାର୍ଥୀଙ୍କ ପାଇଁ ବଡ ସୁଯୋଗ । GAIL ଏକଜିକ୍ୟୁଟିଭ ଟ୍ରେନିଂ ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି । ମନୋନୀତ ପ୍ରାର୍ଥୀଙ୍କୁ ପେ-ସ୍କେଲ ଦ୍ବାରା ନିଯୁକ୍ତି ଦିଆଯିବ । ଲମ୍ବା ସମୟ ଧରି ଆବେଦନ ପ୍ରକ୍ରିୟା ଚାଲୁରହିଛି । ଗୋଟିଏ ଦିନ ମଧ୍ୟରେ ଆବେଦନ ପ୍ରକ୍ରିୟାକୁ ସ୍ଥଗିତ କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୭୩
କେମିକଲ ଇଞ୍ଜିନିୟରିଂ- ୨୧
ଇନଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ- ୧୭
ଇଲୋକ୍ଟ୍ରିକଲ ଇଞ୍ଜିନିୟରିଂ- ୧୪
କୋନିକାଲ ଇଞ୍ଜିନିୟରିଂ- ୮
ବିଜନେସ୍ ଇଫର୍ମେଶନ ସିଷ୍ଟମ୍ – ୧୩
ଜରୁରୀ ତାରିଖ : ୧୭ ଫେବୃୟାରୀ ୨୦୨୫ ରୁ ୧୮ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।
ଶିକ୍ଷାଗତ ଯୋଗ୍ୟତା : ଇଞ୍ଜିନିୟରିଂରେ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ । ୬୫ ପ୍ରତିଶତର ମାର୍କ ରଖିଥିବା ଜରୁରୀ । ଏସସି/ଏସଟି/PWBD ପ୍ରାର୍ଥୀଙ୍କ ପାଇଁ ନ୍ୟୁନତମ ୬୦ ପ୍ରତିଶତ ମାର୍କ ଜରୁରୀ ରଖାଯାଇଛି ।
ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୨୬ ବର୍ଷ ହୋଇଥିବା ଆବଶ୍ୟକ । ଆରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମାନୁସାରେ ବୟସ ସୀମା ଛାଡ କରାଯିବ ।
ଚୟନ ପ୍ରକ୍ରିୟା : GATE-2025ର ସ୍କୋର ଆଧାରରେ ଆବେଦନକାରୀଙ୍କ ଚୟନ କରାଯିବ । ଚୟନ ପାଇଁ GATE-2025ରେ ସ୍କୋର ଭଲ କରିବା ଜରୁରୀ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।
ଆବେଦନ ତାରିଖ ଭିତରେ ଆବେଦନ କରିପାରିବେ ।
ଦରମା : ମନୋନୀତ ପ୍ରାର୍ଥୀଙ୍କୁ ଟ୍ରେନିଂ ପିରିୟଡରେ ୬୦,୦୦୦ଟଙ୍କା ବାର୍ଷିକ ଆୟ ଦିଆଯିବ । ଟ୍ରେନିଂ ପରେ ପେ-ସ୍କେଲ ଅନୁଯାୟୀ ୬୦,୦୦୦ରୁ ୧,୮୦,୦୦୦ ପର୍ଯ୍ୟନ୍ତ ଟଙ୍କା ଦିଆଯିବ । ଏହା ବ୍ୟତୀତ ଚିକିତ୍ସା ସୁବିଧା, ଗ୍ରୁପ୍ ପଲିସି, ପ୍ରୋଭିଡେଣ୍ଟ ଭଳି ଅନ୍ୟାନ୍ୟ ସୁବିଧା ଦିଆଯିବ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
Also Read : AIIMS ଆଣିଦେଇଛି ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ