ତିନି ରଥରେ ଛେରା ପହଁରା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ

ପୁରୀ: ତିନି ରଥରେ ଛେରା ପହଁରା କଲେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ।  ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଯାହା ରଥଯାତ୍ରାର ଏକ ପ୍ରମୁଖ ନୀତି । ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ଛେରାପହଁରା କରିବାରେ କିଛି ସମସ୍ୟା ନାହିଁ ବୋଲି ଗତକାଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ।

ଅନ୍ଯପଟେ ରଥଯାତ୍ରା ଏକ ଚମତ୍କାର ବୋଲି କହିଥିଲେ ଗଜପତି ମହାରାଜା। ତେବେ ସ୍ନାନଯାତ୍ରାରେ କଟକଣା ଯୋଗୁଁ ତାଙ୍କ ବଦଳରେ ମୁଦିରସ୍ତ ଛେରାପହଁରା କରିଥିଲେ। କିନ୍ତୁ ଏବେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ତାଙ୍କର ଛେରାପହଁରା କରିବାରେ କିଛି ସମସ୍ୟା ନାହିଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ତେବେ ଆଜି ୧୨ଟା ଭିତରେ ଗଜପତି ଛେରା ପହଁରା କରିବେ।