ଭାଦ୍ରବ ମାସ ଚତୁର୍ଥୀ ତିଥିରେ ଗଣେଶ ପ୍ରଭୁଙ୍କ ଆଗମନରେ ଉତ୍ସବ ପାଳନ କରାଯାଏ । ଯେଉଁଭଳି ଭାବେ ଶୁଭ ସମୟରେ ଗଣେଶଙ୍କ ଆଗମନ ହୁଏ ସେହିପରି ଭାବେ ବିସର୍ଜନର ମଧ୍ୟ ସମୟ ରହିଛି । ଯେଉଁସମୟରେ କରିବା ଉଚିତ୍ । ତେବେ ଆଜି ଏହା ସମ୍ପର୍କରେ ଜାଣିବା ।
ହିନ୍ଦୁ ମାନଙ୍କ ଘରେ ୧୨ ମାସରେ ୧୩ ପର୍ବ । ପ୍ରତି ପୂଜାର ପ୍ରଥମରେ ଗଣେଶଙ୍କୁ ଆବାହନ କରାଯାଇଥାଏ । ତେଣୁ ଗଣେଶଙ୍କୁ ମଙ୍ଗଳକାରୀ ଏବଂ ବିଘ୍ନବିନାଶନ ବୋଲି କୁହାଯାଇଥାଏ । ଗଣେଶ ପୂଜା ବିଦ୍ୟାର୍ଥୀଙ୍କ ପାଇଁ ମୁଖ୍ୟ ଦିନ ହୋଇଥାଏ । ଏହି ପୂଜାକୁ ସମସ୍ତେ ଧୁମଧାମର ସହିତ ପାଳନ କରିଥାନ୍ତି । ଭାଦ୍ରବ ମାସ ଶୁକ୍ଳ ପକ୍ଷରେ ଗଣେଶ ଚତୁର୍ଥୀ ପଡେ । ହିନ୍ଦୁ ଧର୍ମ ଅନୁସାରେ ଗଣେଶ ଉତ୍ସବକୁ ୧୦ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ । ଶ୍ରଦ୍ଧା, ନିଷ୍ଠା ଏବଂ ବିଧିର ସହିତ ପୂଜା କରିବା ଦ୍ବାରା ଶୁଭଫଳ ପ୍ରାପ୍ତ ହେବା ସହିତ ଭଗବାନଙ୍କ କୃପା ମଧ୍ୟ ମିଳିଥାଏ । ଭକ୍ତିରେ ଗଣେଶଙ୍କ ପୂଜା କରିବା ଦ୍ବାରା ତାଙ୍କ ଆଗମନରେ ସୁଖ ଏବଂ ସମୃଦ୍ଧି ଘରକୁ ଆସିଥାଏ । ଯେମିତି ଗରପତି ବାପ୍ପାଙ୍କ ଆଗମନରେ ଶୁଭ ଆଶୀର୍ବାଦ ମିଳିଥାଏ ସେହିପରି ଭାବେ ବିସର୍ଜନର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ବାପ୍ପାଙ୍କ ବିସର୍ଜନ କୌଣସି ଶୁଭ ତିଥିରେ କରାଯାଏ ନାହିଁ । କାରଣ ପରବର୍ତ୍ତୀ ସମୟରେ ଶୁଭ ଫଳ ପ୍ରଦାନ କରେ ନାହିଁ । ତେବେ ଆସନ୍ତୁ ଜ୍ୟୋତିଷଙ୍କଠାରୁ ଗଣେଶଙ୍କ ବିସର୍ଜନ ସମ୍ପର୍କରେ ଜାଣିବା ।
ଜ୍ୟୋତିଷଙ୍କ ଅନୁସାରେ, ଗଣେଶ ଚତୁର୍ଥୀ ଦିନ ଭଗବାନଙ୍କୁ ଷୋଡ଼ଶୋପଚାର ପଦ୍ଧତିରେ ପୂଜା କରିବା ଉଚିତ । ଯାହା ଫଳରେ ଭଗବାନଙ୍କୁ ପ୍ରସନ୍ନ କରିଥାଏ । ତେଣୁ ସେ ଶୁଭ ଓ ମଙ୍ଗଳ ଆଶୀର୍ବାଦ କରିଥାନ୍ତି । ସେଥିପାଇଁ ଗଣେଶଙ୍କୁ ମଙ୍ଗଳକର୍ତ୍ତା ବୋଲି କୁହାଯାଏ । ଯେଉଁଭଳି ଭାବେ ଗଣେଶଙ୍କ ଆଗମନରେ ରୀତିନୀତିରେ ପୂଜା କରାଯାଏ ସେହିଭଳି ଭାବରେ ସମାନ ରୀତିନୀତିରେ ବିସର୍ଜନ କରାଯିବା ଉଚିତ୍ । ଯାହାର ଏକ ମଧ୍ୟ ଗୁରୁତ୍ତ୍ବପୂର୍ଣ୍ଣ ବିଧି ରହିଛି ।
ଗଣେଶ ପୂଜା ଚତୁର୍ଥୀ ତିଥିରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପାଳନ କରାଯାଏ । ଯାହା ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ଗଣେଶଙ୍କ ବିସର୍ଜନ କରାଯାଏ । ଭକ୍ତ ଚାହିଁଲେ ଏହା ପୂର୍ବରୁ ମଧ୍ୟ ବିସର୍ଜନ କରିପାରିବେ । ଏହା ବ୍ୟତୀତ ପଞ୍ଚମୀ ତିଥି କିମ୍ବା ଅଷ୍ଟମୀ ତିଥିରେ ମଧ୍ୟ ମୂର୍ତ୍ତି ବିସର୍ଜନ କରିପାରିବେ । ବିସର୍ଜନ ପୂର୍ବରୁ ଗଣେଶଙ୍କ ଆରତୀ କରିବା ଜରୁରୀ । ଯାହା ଭଗବାନଙ୍କୁ ପ୍ରସନ୍ନ କରିଥାଏ ।
Also Read : କେଉଁ ବାହନରେ ଧରାବତରଣ କରିବେ ମା’ ଦୁର୍ଗା? ଜାଣନ୍ତୁ ରୋଚକ ତଥ୍ୟ