ବିବାହ ପୂର୍ବରୁ ପୁଅଙ୍କ ପୁରୁଷତ୍ୱ ପରୀକ୍ଷା କରିବା ପାଇଁ ଏହି ଭୟଙ୍କର ଉପାୟ ଆପଣାଇଥାଆନ୍ତି ଯୁବତୀ

ବିବାହକୁ ନେଇ ସବୁ ପୁରୁଷ ଓ ମହିଳା ଉତ୍ସାହିତ ଥାଆନ୍ତି। ଖାସ୍ କରି ପାର୍ଟନରଙ୍କୁ ନେଇ ସେମାନେ ଅଧିକ ଏକ୍ସାଇଟେଡ୍ ରହିଥାନ୍ତି। ସବୁ ଝିଅ ଚାହାନ୍ତି ତାଙ୍କ ସ୍ୱାମୀ ଦେଖିବାକୁ ଯେମିତି ହ୍ୟାଣ୍ଡସମ୍ ହୋଇଥିବେ ତାଙ୍କ ଗୁଣ ମଧ୍ୟ ସେଭଳି ଭଲ ହୋଇଥିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବେଡ୍ରୁମ୍ରେ ବି ସେ ଭଲ ପରଫମାନ୍ସ ଦେଇପାରୁଥିବେ। ମୁହଁରେ କହୁନଥିଲେ ମଧ୍ୟ ସବୁ ଝିଅ ସ୍ୱାମୀଙ୍କ ପୁରୁଷତ୍ୱକୁ ନେଇ ଉତ୍ସାହିତ ଥାଆନ୍ତି।
ପୂର୍ବରୁ ସ୍ୱୟଂବର ମାଧ୍ୟମରେ ଝିଅମାନେ ନିଜ ପାଇଁ ବରପାତ୍ର ଖୋଜୁଥିଲେ। ସେତେବେଳେ ଏଥିରେ ଯେଉଁ ପୁଅ ଅଂଶଗ୍ରହଣ କରୁଥିଲେ ସେମାନଙ୍କୁ କେତେକ ନିଆରା ସର୍ତ୍ତ ପୂରଣ କରିବାକୁ ପଡ଼ୁଥିଲା। ଏଥିରୁ ଜଣାପଡ଼ୁଥିଲା କେଉଁ ପୁଅ କେତେ ଷ୍ଟ୍ରଙ୍ଗ୍ ବା ଶକ୍ତିଶାଳୀ। କିନ୍ତୁ ଏବେ ସମୟ ବଦଳିଛି। ଝିଅମାନେ ଆଉ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବାକୁ ସ୍ୱୟଂମ୍ଭର କରୁନାହାନ୍ତି। କିନ୍ତୁ ନିଜ ପାଇଁ ସଠିକ୍ ପୁଅ ବାଛିବାକୁ ଝିଅମାନେ ଏକ ଅଦ୍ଭୁତ ଉପାୟ ଆପଣାଉଛନ୍ତି।
ଏକ ରିପୋର୍ଟରେ ମିଳିଥିବା ସୂଚନା ମୁତାବକ ଏବେ ବି ଝିଅମାନେ ପୁଅଙ୍କ ପୌରୁଷତ୍ୱର ପ୍ରମାଣ ଚାହିଁଥାନ୍ତି। ଏଥିପାଇଁ ସେମାନେ ଏକ ଖେଳ ଖେଳିଥାଆନ୍ତି। ଏହି ଖେଳରେ ପୁଅକୁ ମଦ ପିଆଇ ସାରିବା ପରେ ପ୍ରାୟ ୧୨୦ ଭୋଲ୍ଟର କରେଣ୍ଟ ଦିଆଯାଏ। ଯଦି ପୁଅଟି ଏହି ଇଲେକ୍ଟ୍ରିକ୍ ସକ୍ ସହ୍ୟ କରିପାରେ ତେବେ ସେ ଠିକ୍ ପୁରୁଷ ବୋଲି କୁହାଯାଏ। ଆଉ ଯିଏ ଏହି କରେଣ୍ଟ ସହି ପାରିଲା ନାହିଁ ତାଙ୍କ ଗଣତି କାପୁରୁଷଙ୍କ ମଧ୍ୟରେ ହୁଏ। ଏଭଳି ପୁରୁଷଙ୍କୁ କେହି ବିବାହ କରିବାକୁ ପସନ୍ଦ କରନ୍ତି ନାହିଁ।
ଏହି ଗେମ୍ ପାଇଁ ପୁଅ ହାତରେ ଦୁଇଟି ରଡ୍ ଧରାଇ ଦିଆଯାଏ। ପ୍ରଥମେ ପ୍ରଥମେ ଏଥିରେ ହାଲ୍କା ବିଜୁଳିର ଝଟକା ଦିଆଯାଏ। ମାତ୍ର ପରେ ୧୨୦ ଭୋଲ୍ଟର କରେଣ୍ଟ ଦିଆଯାଏ। ତେବେ ଏହି ଗେମ୍ ଭାରତରେ ଖେଳାଯାଉନଥିବା ବେଳେ ବାହାର ଦେଶରେ ଏବେ ବି ଖେଳାଯାଉଛି। ଏହି ଗେମ୍ ସମ୍ପୂର୍ଣ୍ଣ ଏକାନ୍ତରେ ଖେଳାଯାଏ ବୋଲି ଜଣାଯାଇଛି।