ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ (BIS)ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ସରକାରୀ ଚାକିରି ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟେଡର୍ସ (BIS)ରେ କନସଲଟାଣ୍ଟ୍ ପଦବୀ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିଆ ଆରମ୍ଭ ହୋଇଛି । ଏପ୍ରିଲ ୧୯ରୁ ମେ ୯ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ । କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ଆବେଦନ ତାରିଖ : ୧୯ ଏପ୍ରିଲରୁ ମେ ୯ ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି ।

ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୬୫ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ସରକାରଙ୍କ ନିୟମାନୁସାରେ ଆରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମାକୁ ଛାଡ କରାଯିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ B.SC, B.TECH, B.E, BNYSରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଜରୁରୀ ।

ଦରମା : ଏହି ନିଯୁକ୍ତି ପଦବୀ ଭର୍ତ୍ତିରେ ମନୋନୀତ ପ୍ରାର୍ଥୀଙ୍କୁ ୭୫ ହଜାର ଟଙ୍କା ଦରମା ଦିଆଯିବ । ଅଧିକ ବିବରଣୀ ପାଇଁ ଏଆର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ଚୟନ ପ୍ରକ୍ରିୟା : ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ପ୍ରାର୍ଥୀଙ୍କୁ ମନୋନୀତ କରାଯିବ । ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରି ଇଣ୍ଟରଭ୍ୟୁ ପାଇଁ ଆବେଦନକାରୀଙ୍କୁ ଡକାଯିବ । ଚୟନ ହୋଇତଇବା ପ୍ରାର୍ଥୀଙ୍କୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦିଆଯିବ ।

ଆବେଦନ ପ୍ରକ୍ରିୟା :

ଆବେଦନକାରୀ ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

ହୋମପେଜର ‘Recruitment’ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

‘create account’ରେ କ୍ଲିକ୍ କରି ଜରୁରୀ ସୂଚନା ଦେଇ ରେଜିଷ୍ଟ୍ରେସନ କରନ୍ତୁ ।

ନିଜର ଆକାଉଣ୍ଟକୁ ଲଗ୍ ଇନ୍ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ଫର୍ମ ପୂରଣ କରନ୍ତୁ ।

ଶେଷରେ ଫର୍ମର ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବରେ ରଖନ୍ତୁ ।

Also Read : NCLରେ ନିଯୁକ୍ତି ପାଇଁ ୨୦୦ ପଦବୀ ଖାଲି ପଡିଛି, ଜାଣନ୍ତୁ କିପରି କରିବେ ଆବେଦନ