ଗୋପର କୁଶଭଦ୍ରା ନଦୀ ତଟରେ ଆଜିଠୁ ଆରମ୍ଭ ହେଲା ସାଗରସ୍ନାନ ମେଲଣ

ଗୋପ: ବହୁ ପ୍ରାଚୀନ ଓ ପାରମ୍ପରିକ ମେଲଣ ଭାବେ ଗୋପର ହିନ୍ଦୁ ମୁସଲିମ ଭାଇଚାରା ମେଲଣ । ଏହି ମେଲଣ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ଉଭୟଙ୍କ ମଧ୍ୟରେ ବନ୍ଧୁତାର ଏକ ମାଧ୍ୟମ ବୋଲି ଜଣାଯାଏ । କାହିଁ କେଉଁ କାଳରୁ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇବା ଲାଗି ଗୋପ କୁଶଭଦ୍ରା ନଦୀ ତଟରେ ସାଗରସ୍ନାନ ମେଲଣ ଅନୁଷ୍ଠିତ ହୋଇ ଆସୁଛି । ଏହି ମେଲଣ ଏକ ଭାଇଚାରାର ବାର୍ତ୍ତା ବହନ କରି ଶହଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି । ଗତ କାଲି ବିଳମ୍ବିତ ରାତିରୁ ପ୍ରାୟ ୧୫ ରୁ ଉର୍ଦ୍ଧ ଦୋଳ ବିମାନ ରେ ସୁସଜ୍ଜିତ ହୋଇ ଚଳନ୍ତି ପ୍ରତିମା ମାନେ ଆସି ମେଳଣ ପଡିଆରେ ପହଞ୍ଚିଥାନ୍ତି । ଏହି ମେଳଣ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ବ୍ରିଟିଶ ଶାସନ ସମୟରୁ ଏହି ମେଲଣ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ମେଲଣ ଦାୟିତ୍ଵ ଗୋପ ଥାନା ହାତରେ ରହିଥାଏ । ଶହଶହ ବର୍ଷ ଧରି ଗୋପ ଥାନା ଅଧିକାରୀ ଏହି ମେଲଣର ଥାନପତି ଭାବରେ ରହି ଆସୁଥିବା ବେଳେ ପ୍ରଭୃ ଗୋପାଳ ଜୀଉଙ୍କୁ ନିମନ୍ତ୍ରଣ କରି ମେଲଣ ପଡିଆକୁ ବାଜା ବାଣ ରୋଷଣୀ ମାଧ୍ୟମରେ ଆଣିଥାନ୍ତି । ପରେ ଅପେକ୍ଷାରତ ସୁସଜ୍ଜିତ ବିମାନରେ ଠାକୁରମାନେ ନିଜ ନିଜର ଆସ୍ଥାନ ଉପରେ ବିଜେ କରିଥାନ୍ତି ।

କୁହାଯାଏ ବ୍ରିଟିଶ ଶାସନ ସମୟରେ ପୁରାତନ ଗୋପ ଥାନାରେ ମୁସଲିମ ସମ୍ପ୍ରଦାୟ ଦାରୁଗା ବାବୁଙ୍କୁ ଥାନା ହାଜତରେ ବନ୍ଦୀ ଭାବରେ ରହିଥିବା ପ୍ରଭୃ ଗୋପାଳ ଜୀଉ ସ୍ବପ୍ନାଦେଶ କରିବା ପରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ର ଲୋକ ମାନଙ୍କୁ ନେଇ ଏହି ମେଲଣ ଅନୁଷ୍ଠିତ ହୋଇଥିବା ସମୟରେ ପ୍ରଭୃ ଗୋପାଳ ଜୀଉଙ୍କ ସ୍ବପ୍ନାଦେଶ କ୍ରମେ ଆତସବାଜି ଅନୁଷ୍ଠିତ ହୋଇଥିଲା ।

ତେବେ ଏହି ମେଲଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବା ସହ ଭାଇଚାରା ସୃଷ୍ଟି କରିବା । ଉଭୟ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ବର୍ଷ ଏହି ସାଗରସ୍ନାନ ଭାଇ ଚାରା ମେଲଣର ଭରପୂର ମଜା ଉଠାଇଥାନ୍ତି ।

Also Read:ଅଶାନ୍ତ ହେବ ବଙ୍ଗୋପସାଗର ? ୭ ଦିନ ଭିତରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ !