ଗୁଜରାଟ: ୯ମ ଥର ବିଶ୍ୱ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି ଜାମନଗରର ଦଗଡୁ ସେଠ ଗଣେଶ ମହୋତ୍ସବ
ଗଣେଶ ମହୋତ୍ସବର କଥା ଆସିଲେ, ପ୍ରଥମେ ମୁମ୍ବାଇର ସିଦ୍ଧିବିନାୟକଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଗୁଜରାଟର ଜାମନଗରରେ ଦଗଡୁ ସେଠ ଗଣେଶ ମହୋତ୍ସବ ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି।

ଗଣେଶ ମହୋତ୍ସବର କଥା ଆସିଲେ, ପ୍ରଥମେ ମୁମ୍ବାଇର ସିଦ୍ଧିବିନାୟକଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଗୁଜରାଟର ଜାମନଗରରେ ଦଗଡୁ ସେଠ ଗଣେଶ ମହୋତ୍ସବ ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହା ଏମିତି ଏକ ଗଣେଶ ପୂଜା, ଯାହାର ନାମ ଥରେ ନୁହେଁ, ବରଂ ୮ ଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଛି। ବର୍ତ୍ତମାନ ଏହା ୯ମ ଥର ପାଇଁ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି।
ଦଗଡୁ ସେଠ ଗଣେଶ ଉତ୍ସବ ପାଇଁ କାଗଜ ଓ ସମୁଦ୍ର ବାଲି ବ୍ୟବହାର କରାଯାଇ ବିଘ୍ନବିନାଶକଙ୍କ ପାଞ୍ଚ ଫୁଟ୍ ଉଚ୍ଚର ମୂର୍ତ୍ତି ପ୍ରସ୍ତୁତ କରାଯାଉଛି। ଜାମନଗରର ବେଡି ଅଞ୍ଚଳରେ ଗତ ୨୭ ବର୍ଷ ହେବ ଗଣେଶ ଉତ୍ସବ ପାଳିତ ହୋଇଆସୁଛି। ଏହି ଉତ୍ସବର ଖାସ୍ କଥା ହେଉଛି, ଉତ୍ସବ ଜରିଆରେ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦିଆଯାଇଥାଏ । ଏଥର ମଧ୍ୟ ଏହିପରି କିଛି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।
ଦଗଡୁ ସେଠ ଗଣେଶଙ୍କ ମୂର୍ତ୍ତି ଭିନ୍ନ ଭିନ୍ନ ଶୈଳୀରେ ତିଆରି କରାଯାଏ। ବିଶେଷ କରି, ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥର ଶିକ୍ଷକଙ୍କ ସଚେତନତା ପାଇଁ ୨୦ ଫୁଟ୍ ଲମ୍ବାର ପେନ୍ ତିଆରି ହୋଇଛି। ୧୫ରୁ ୨୦ ଜଣ କାରିଗର ପରିଶ୍ରମ କରି ଏହାକୁ ତିଆରି କରିଛନ୍ତି ।