HAL ରେ ଚାକିରି ସୁଯୋଗ, ଓ୍ଵାକ-ଇନ-ଇଣ୍ଟରଭ୍ୟୁରେ ହେବ ଚୟନ
ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ HAL ରେ ଆପରଣ୍ଟିସ୍ ପଦବୀ ପଦବୀ ପୂରଣ ହେବ । ଏହି ଚୟନ Walk-in-Interview ମାଧ୍ୟମରେ ହେବ ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଏକ ଖୁସି ଖବର । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ମାଧ୍ୟମରେ HAL ରେ ଆପରଣ୍ଟିସ୍ ପଦବୀ ପଦବୀ ପୂରଣ ହେବ । ଏହି ଚୟନ Walk-in-Interview ମାଧ୍ୟମରେ ହେବ ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ HALର ଅଫିସିଆଲ୍ ୱେବ୍ସାଇଟ୍ https://hal-india.co.in/ କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୨୪
ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଆପରଣ୍ଟିସ୍ : ୬୪ଟି ପୋଷ୍ଟ
ଟେକ୍ନିକାଲ୍ (ଡିପ୍ଲୋମା) ଆପରଣ୍ଟିସ୍ : ୩୫ଟି ପୋଷ୍ଟ
ଜେନେରାଲ୍ ଷ୍ଟ୍ରିମ୍ ଗ୍ରାଜୁଏଟ୍ ଆପରଣ୍ଟିସ୍ : ୨୫ଟି ପୋଷ୍ଟ
ITI ଟ୍ରେଡ୍ ଆପରଣ୍ଟିସ୍ : ୨୦୦ଟି ପୋଷ୍ଟ
ଜରୁରୀ ତାରିଖ :
ୱାକ୍-ଇନ୍-ଇଣ୍ଟରଭ୍ୟୁ ଆରମ୍ଭ : ୨୦ ମେ ୨୦୨୪
ଅନଲାଇନ୍ ଆବେଦନ ଶେଷ : ୨୪ ମେ ୨୦୨୪
ଶିକ୍ଷାଗତ ଯୋଗ୍ୟତା: ଇଚ୍ଛୁକ ପ୍ରାର୍ଥୀ ITI ପାସ୍ କରିଥିବା ସହିତ ସମ୍ବନ୍ଧିତ ଟ୍ରେଡରେ ଡିପ୍ଲୋମା ବା ଗ୍ରାଜୁଏସନ କରିଥିବା ଜରୁରୀ ।
ଇଣ୍ଟରଭ୍ୟୁ ପାଇଁ ଦରକାର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
ଦୁଇଟି ପାସପୋର୍ଟ ଆକାରର ଫଟୋ
ଆଧାର କାର୍ଡ
SSC / ଦଶମ ମାର୍କ ସାର୍ଟିଫିକେଟ୍
ITI ମାର୍କ ସାର୍ଟିଫିକେଟ୍ (ସମସ୍ତ ସେମିଷ୍ଟାର ସହିତ)
ଜନ୍ମ ପ୍ରମାଣପତ୍ର (ଯଦି SSC ସାର୍ଟିଫିକେଟ୍ ରେ ଜନ୍ମ ତାରିଖ ଉଲ୍ଲେଖ କରାଯାଇ ନାହିଁ)
ଆବଶ୍ୟକ ଥିଲେ ସଂରକ୍ଷଣ / ସମ୍ପ୍ରଦାୟ / ଜାତି ପ୍ରମାଣପତ୍ର (SC, ST, OBC, EWS, XSM, PWD / PH)
ଦାଖଲ ପାଇଁ ଡକ୍ୟୁମେଣ୍ଟ୍:
ଉପରୋକ୍ତ ସମସ୍ତ ସାର୍ଟିଫିକେଟର ଜେରକ୍ସ କପି
ଆପ୍ରେଣ୍ଟିସିପ୍ ପୋର୍ଟାଲ୍ www, apprenticeshipindia.gov.in ରୁ ଆପ୍ରେଣ୍ଟିସ୍ ପଞ୍ଜୀକରଣ କପି
ଦୁଇଟି ପାସପୋର୍ଟ ଆକାରର ଫଟୋ
ସାକ୍ଷାତକାର ସ୍ଥାନ:
Auditorium, Behind Department of Training & Development, Hindustan Aeronautics Limited, Avionics Division, Balanagar, Hyderabad- 500042