ଶାରୀରିକ ସମ୍ପର୍କ ରଖୁନଥିବା ମହିଳାଙ୍କ ଶୀଘ୍ର ବନ୍ଦ ହୁଏ ମାସିକ ଧର୍ମ, ରିସର୍ଚ୍ଚରେ ହେଲା ଖୁଲାସା

ଯେଉଁ ମହିଳା ଅଧିକ ସମ୍ଭୋଗ କରିଥାନ୍ତି ସେମାନଙ୍କ ଠାରେ ମାସିକ ଧର୍ମ ବନ୍ଦ ହେବା ବା ମେନୋପଜ୍ର ସମ୍ଭାବନା କମ୍ ରହିଥାଏ। ସପ୍ତାହକୁ ଥରେ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କ ପିରିୟଡ୍ ସମ୍ଭାବନା ମାସକୁ ଥରେ ସମ୍ଭୋଗ କରୁଥିବା ମହିଳାଙ୍କ ତୁଳନାରେ ୨୮ ପ୍ରତିଶତ କମ୍ ହୋଇଥାଏ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଗବେଷକଙ୍କ କହିବାନୁସାରେ ସମ୍ଭୋଗର ଭୌତିକ ସଙ୍କେତ ଶରୀରକୁ ସଙ୍କେତ ଦେଇଥାଏ ଯେ ସେ ଗର୍ଭବତୀ ହୋଇପାରିବେ।
ଅଧ୍ୟୟନ ମୁତାବକ ଯେଉଁ ମଧ୍ୟବୟସ୍କ ମହିଳା (୩୫ ବର୍ଷରୁ ଊର୍ଦ୍ଧ୍ୱ) ବାରମ୍ବାର ଶାରୀରିକ ସମ୍ପର୍କ ରଖନ୍ତି ନାହିଁ, ସେମାନଙ୍କ ଠାରେ ଜଲ୍ଦି ମେନୋପଜ୍ ଦେଖିବାକୁ ମିଳେ। ଅଧ୍ୟୟନକର୍ତ୍ତା ମେଗନ ଅର୍ଣ୍ଣୋଟ୍ କହିଛନ୍ତି, ଅଧ୍ୟୟନର ନିଷ୍କର୍ଷ ଅନୁସାରେ ଯଦି କୌଣସି ମହିଳା ଯୌନ ସମ୍ପର୍କ ରଖୁନାହାନ୍ତି କିମ୍ବା ଗର୍ଭଧାରଣ କରିବାକୁ ସୁଯୋଗ ଦେଉନାହାନ୍ତି ତେବେ ତାଙ୍କ ଶରୀର ଅଣ୍ଡୋତ୍ସର୍ଗ ବା ଓବ୍ୟୁଲେସନ୍ ବନ୍ଦ କରିଦେଇଥାଏ। କାରଣ ଏହା ବ୍ୟର୍ଥ ଯାଇଥାଏ।
ସେ କହିଛନ୍ତି ଯେ ଓବ୍ୟୁଲେସନ୍ ବେଳେ ମହିଳାଙ୍କ ଶରୀରର ପ୍ରତିଷେଧକ ଶକ୍ତି କମିବାକୁ ଲାଗିଥାଏ, ଫଳରେ ରୋଗ ହେବା ଆଶଙ୍କା ବଢ଼ିଯାଏ। ଏହି ରିସର୍ଚ୍ଚରେ ୨୯୩୬ ଜଣ ମହିଳା ଭାଗ ନେଇଥିଲେ। ସେଥିମଧ୍ୟରୁ ଅଧିକାଂଶ ୬ ମାସ ହେବ ଶାରୀରିକ ସମ୍ପର୍କ ସ୍ଥାପନ କରିନଥିଲେ। କେବଳ ସମ୍ପର୍କ ନୁହେଁ ଏଥିରେ ଯୌନ ସମ୍ପର୍କ ବେଳେ କରାଯାଉଥିବା ଅନ୍ୟ ଆକ୍ଟିଭିଟି ଯଥା ଚୁମ୍ବନ, ଆଲିଙ୍ଗନ, ମୈଥୁନ, ଯୌନ ସ୍ପର୍ଶ ଆଦି ସାମିଲ ଥିଲା।
ତେବେ ରିସର୍ଚ୍ଚରେ ଭାଗ ନେଇଥିବା ମହିଳାଙ୍କ ମଧ୍ୟରୁ ୧୩୨୪ ଜଣ ବା ପ୍ରାୟ ୪୫ ପ୍ରତିଶତ ମସିହା ୫୨ ବର୍ଷ ବୟସରେ ମଧ୍ୟ ମାସିକ ଧର୍ମ ହେଉଥିବା ସ୍ୱୀକାର କରିଥିଲେ।
ସୂଚନାଯୋଗ୍ୟ ଯେ, ମେନୋପଜ୍ ବେଳେ ମହିଳାଙ୍କ ମାସିକ ଧର୍ମ ବନ୍ଦ ହୋଇଯାଇଥାଏ। ପ୍ରକୃତରେ ଏହାକୁ ପ୍ରଜନନ କ୍ଷମତା ସମାପ୍ତ ହେବା ବୋଲି କୁହାଯାଏ।