ତିନି ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମକୋପରୁ ମିଳିବନି ନିସ୍ତାର, ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିପାରେ

ସକାଳ ୮ଟାରୁ ଟାଇଁ ଟାଇଁ ଖରା । ଦିନ ବଢ଼ିବା ସହ ତାପମାତ୍ରା ବଢୁଛି । ୧୦ଟା ପରେ ଅସହ୍ୟ ହୋଇ ପଡୁଛି । ସାଢ଼େ ୧୧ଟା ବେଳେକୁ ପାରଦ ଡେଉଁଛି ୪୦ ଡିଗ୍ରୀ । ଗତକାଲି ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ପାର କରିଥିଲା ।

କେନ୍ୟୁଜ(ବ୍ୟୁରୋ): ଅସହ୍ୟ ତାତି । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । କଲବଲ କରୁଛି ଗ୍ରୀଷ୍ମକୋପ । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ଦିନ ବଢ଼ିବା ସହ ତାପମାତ୍ରା ବଢୁଛି । ୧୦ଟା ପରେ ଅସହ୍ୟ ହୋଇ ପଡୁଛି । ସାଢ଼େ ୧୧ଟା ବେଳେକୁ ପାରଦ ଡେଉଁଛି ୪୦ ଡିଗ୍ରୀ । ଗତକାଲି ପଶ୍ଚିମ ଓଡ଼ିଶାର ୮ ସହରରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ପାର କରିଥିଲା । ୪୪.୮ ଡିଗ୍ରୀ ସହ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା । ସେହିପରି ସମ୍ବଲପୁରରେ ୪୪.୬, ବୌଦ୍ଧରେ ୪୪.୬, ସୋନପୁରରେ ୪୪.୫, ବରଗଡ଼ ୪୪.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା ତାପମାତ୍ରା । ବଲାଙ୍ଗିରରେ ୪୪.୩, ହୀରାକୁଦରେ ୪୪.୨, ସୁନ୍ଦରଗଡ଼ରେ ୪୪.୧ ଡିଗ୍ରୀ ଥିଲା ପାରଦ । ଆଜି ପାଇଁ ୮ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର ଓ ବୌଦ୍ଧକୁ ହିଟ୍‌ େଓ୍ଵଭେ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ କରାଯାଇଛି । ତିନି ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମକୋପ ଜାରି ରହିବ । ଅଧିକାଂଶ ସ୍ଥାନର ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିପାରେ । ଏହି ସମୟରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ବି ରହିଛି । ୧୫ ତାରିଖ ପରେ ପାଗରେ ପରିବର୍ତ୍ତନ ହୋଇପାରେ । ମୌସୁମୀ ଆସିଲେ ତାତି ଓ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି । ..