ହୀରାବେନ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର, ଖୁବଶୀଘ୍ର ମେଡିକାଲରୁ ହେବେ ଡିସଚାର୍ଜ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ମୋଦୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏନେଇ ମେଡ଼ିକାଲ କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲିଠୁ ହୀରାବେନଙ୍କୁ ଅହମଦାବାଦର ୟୁଏନ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଏଣ୍ଡ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଛି । ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ମେଡିକାଲରେ ତାଙ୍କ ମାଆଙ୍କୁ ସାକ୍ଷାତ କରିଥିଲେ ।
ବିଶ୍ୱନେତାଙ୍କଠୁ ଆରମ୍ଭ କରି ଦେଶର ବହୁନେତା ପ୍ରଧାନମନ୍ତ୍ରୀ ମାଆଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ଵିଟକରି ଲେଖିଛନ୍ତି ମାଆ ଓ ପୁଅର ପ୍ରେମ ଚିରନ୍ତନ ଏହାର କୌଣସି ମୂଲ୍ୟନାହିଁ । ମୋଦୀଜୀ ମୋର ପ୍ରେମ ଓ ସହଯୋଗ ଆପଣଙ୍କର ଏହି ଦୁଃଖ ସମୟରେ ରହିଛି । ମୁଁ ଆଶା କରୁଛି ଆପଣଙ୍କ ମାଆ ଶୀଘ୍ର ଭଲ ହୋଇଯିବେ ।
एक मां और बेटे के बीच का प्यार अनन्त और अनमोल होता है।
मोदी जी, इस कठिन समय में मेरा प्यार और समर्थन आपके साथ है। मैं आशा करता हूं आपकी माताजी जल्द से जल्द स्वस्थ हो जाएं।
— Rahul Gandhi (@RahulGandhi) December 28, 2022
ଏହାସହ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗନ୍ଧୀ ମଧ୍ୟ ମୋଦୀଙ୍କ ମାଆଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେହିପରି ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଆରଗ୍ୟ କାମନା କରିଥିଲେ ।
प्रधानमंत्री श्री @narendramodi जी की माता जी के अस्वस्थ होने का समाचार प्राप्त हुआ। इस घड़ी में हम सब उनके साथ हैं।
मैं ईश्वर से प्रार्थना करती हूं कि उन्हें जल्द स्वास्थ्य लाभ मिले।
— Priyanka Gandhi Vadra (@priyankagandhi) December 28, 2022
I wish my good friend PM @narendramodi’s mother Smt Heeraben Modi ji a speedy recovery from her recent ailment. Our prayers are with her for healing and good health.
— Mahinda Rajapaksa (@PresRajapaksa) December 29, 2022