ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

ପ୍ରତ୍ୟେକ ମଣିଷ ଯୌନସୁଖ ଇଚ୍ଛା କରିଥାଏ। ପରସ୍ପର ପ୍ରତି ପ୍ରେମ ରହିଲେ ମଣିଷ ଆପେ ଆପେ ଶାରୀରିକ ସମ୍ପର୍କ ରଖିବାକୁ ଆକର୍ଷିତ ହୋଇଥାଏ। ତେବେ କେବଳ ଶାରୀରିକ ତୃପ୍ତି ପାଇଁ ମାତ୍ର କିଛି ସମୟ ପାଇଁ ରଖାଯାଉଥିବା ଏହି ସମ୍ବନ୍ଧ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ। ଖାସ୍ କରି ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ଫାଇଦା ଦେଇଥାଏ। ଆପଣ ଜାଣି ବିସ୍ମୟ ହେବେ ଯେ ଯୌନ ସମ୍ପର୍କ ରଖିବା ଦ୍ୱାରା ମହିଳାଙ୍କ ଓଜନ ହ୍ରାସ ହୁଏ, ତ୍ୱଚାର ଚମକ ବୃଦ୍ଧିପାଏ ଏବଂ ହୃଦ୍ ସମ୍ବନ୍ଧୀୟ ରୋଗ ମଧ୍ୟ ଦେଖା ଦେଇନଥାଏ। ତେବେ ଆସନ୍ତୁ ଜାଣିବା ସମ୍ଭୋଗ କରିବା ଦ୍ୱାରା ମହିଳାଙ୍କୁ ଆଉ କେଉଁ କେଉଁ ଲାଭ ମିଳିଥାଏ…
୧.ସୁସ୍ଥ ତ୍ୱଚା:
ଶାରୀରିକ ସମ୍ପର୍କ ରଖିବା ବେଳେ ମହିଳାଙ୍କ ଶରୀରରୁ ଡିଏଚ୍ଏ ନାମକ ହରମୋନ୍ କ୍ଷରିତ ହୋଇଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହ ଦାଗ ଦୂର କରିଥାଏ। ଫଳରେ ଚମକଦାର ତ୍ୱଚା ମିଳିଥାଏ।
ଏହାସହ ପଢ଼ନ୍ତୁ: ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ
୨.କ୍ୟାଭିଟିସ୍ରୁ ଦିଏ ସୁରକ୍ଷା:
ଶାରୀରିକ ସମ୍ପର୍କ ବେଳେ ପୁରୁଷଙ୍କ ଶରୀରରୁ ବାହାରୁଥିବା ଶୁକ୍ରାଣୁକୁ ମହିଳାଙ୍କ ଶରୀର ଅବଶୋଷିତ କରିଥାଏ। ଶୁକ୍ରାଣୁରେ ପ୍ରଚୁର ପରିମାଣରେ ଜିଙ୍କ୍ ଓ କ୍ୟାଲସିୟମ୍ ଥାଏ। ଯାହା ମହିଳାଙ୍କୁ କ୍ୟାଭିଟିସ୍ରୁ ମୁକ୍ତି ଦିଏ।
ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍ରୁମ୍ ଲାଇଫ୍କୁ କରିପାରେ ଅଧିକ ଉପଭୋଗ୍ୟ
୩.ସର୍ଭାଇକଲ କ୍ୟାନ୍ସରରୁ ଦିଏ ମୁକ୍ତି:
ସମ୍ବନ୍ଧ ରଖିବା ଦ୍ୱାରା ପୁରୁଷଙ୍କ ଶରୀରରେ ପ୍ରୋଷ୍ଟେଟ୍ କ୍ୟାନସର ଦେଖାଦେବା ଭୟ ନଥାଏ। ସେହିଭଳି ଶାରୀରିକ ସମ୍ପର୍କ ମହିଳାଙ୍କଠାରେ ସର୍ଭାକଲ କ୍ୟାନ୍ସରର ଆଶଙ୍କା ଦୂର କରେ। ସମ୍ବନ୍ଧ ପରେ ଅର୍ଗାଜମ୍ ପର୍ଯ୍ୟନ୍ତ ପହଞ୍ଚିବା ପ୍ରକ୍ରିୟା କ୍ୟାନସରରୁ ମୁକ୍ତି ଦେଇଥାଏ।
ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା
୪.ମାନସିକ ଦୁଃଶ୍ଚିନ୍ତା ଦୂର କରେ:
ବର୍ତ୍ତମାନ ଅଧିକାଂଶ ଲୋକ ମାନସିକ ଦୁଃଶ୍ଚିନ୍ତାର ଶିକାର ହେଉଛନ୍ତି। ଏଥିରୁ ବର୍ତ୍ତିବାର ସବୁଠାରୁ ଭଲ ଉପାୟ ହେଉଛି ସମ୍ଭୋଗ। ଏହା ଦୁଃଶ୍ଚିନ୍ତା ଓ ଡିପ୍ରେସନ୍ ଦୂର କରିଥାଏ। କାରଣ ସମ୍ବନ୍ଧ ବନାଇବା ବେଳେ ଶରୀରୁ ଅତ୍ୟଧିକ ଅକ୍ସିଟୋସିନ୍ ରିଲିଜ୍ ହୋଇଥାଏ, ଯାହା ଚିନ୍ତାର କାରଣ ସାଜିଥାଏ।
୫.ଭଲ ନିଦ ହୁଏ:
ଶାରୀରିକ ସମ୍ପର୍କ ସ୍ଥାପନ କରିବା ପରେ ଭଲ ନିଦ ହୋଇଥାଏ। ସମ୍ଭୋଗ ବେଳେ ଶରୀରରୁ ଅକ୍ସିଟୋସିନ୍ ନିର୍ଗତ ହେବା ଯୋଗୁ ସୁଖ ନିଦ୍ରା ଆସିଥାଏ। ଏଣୁ ପୁରୁଷମାନେ ସମ୍ଭୋଗ ପରେ ତୁରନ୍ତ ଶୋଇପଡ଼ିଥାନ୍ତି।
ଏହାସହ ପଢ଼ନ୍ତୁ: ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ଖାଦ୍ୟପଦାର୍ଥ, ତୁରନ୍ତ ଭୋଜନରୁ ବାଦ୍ ଦିଅନ୍ତୁ
୬.ହୃଦ୍ରୋଗ:
ଅଧିକାଂଶ ଭାରତୀୟ ହୃଦରୋଗର ଶିକାର ହୋଇଥାନ୍ତି। କିନ୍ତୁ ଆପଣ ଜାଣିି ଆଶ୍ଚର୍ଯ୍ୟ ହେବେ ଯେ ଶାରୀରିକ ସମ୍ପର୍କ ସ୍ଥାପନ ଦ୍ୱାରା ହୃଦ୍ରୋଗର ଆଶଙ୍କା କମ୍ ହୋଇଥାଏ। ନିୟମିତ ସମ୍ଭୋଗ କରୁଥିବା ବ୍ୟକ୍ତି ପ୍ରାୟତଃ ହୃଦ୍ ସମ୍ବନ୍ଧୀୟ ରୋଗର ଶିକାର ହୋଇନଥାନ୍ତି।