ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଯଦି ଔଷଧ ଖାଉଛନ୍ତି ତେବେ ସତର୍କ ରୁହନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ବି ମେଡିସିନ୍ ନିଅନ୍ତୁ ନାହିଁ । ଦିନକୁ ଅଧିକ ସୁନ୍ଦର କରିବା ପାଇଁ ଏକ ଛୁରୀ ମନ୍ଦିରରେ ଦିଅନ୍ତୁ ।
ବୃଷ : ଅଯଥା ଚିନ୍ତା ମନକୁ ଆସିପାରେ । ଅଧିକ ଚିନ୍ତା କରି ନିଜକୁ ନିଜେ କଷ୍ଟ ଦେଇପାରନ୍ତି । ଅଯଥା କଥାରେ କ୍ରୋଧ କରି ନିଜେ ନିଜର ଶତ୍ରୁ ପାଲିଟିଯିବେ ।
ମିଥୁନ : ପରିଶ୍ରମର ଫଳ ପାଇବେ । ଶତ୍ରୁଙ୍କଠୁ ଲାଭବାନ୍ ରହିବେ । ଦିନଟି ଶୁଭ ରହିଛି ।
କର୍କଟ : ନୂଆ ବସ୍ତ୍ର ପିନ୍ଧିପାରନ୍ତି । ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ଯେଉଁ କାର୍ୟ୍ୟ କରୁଛନ୍ତି ତେବେ ପ୍ଲାନ୍ କରି କରନ୍ତୁ ।
ସିଂହ : ଖୁବ୍ ଶୁଭରେ କଟିବ ଦିନ । ଲଭ୍ ଲାଇଫ୍ ଖୁସିରେ କଟିବ ।
କନ୍ୟା : ବ୍ୟବସାୟୀ ଲାଭବାନ୍ ହେବେ । ଆର୍ଥିକ ଅବସ୍ଥା ଖୁବ୍ ଭଲ ରହିବ ।
ତୁଳା : ଧନପ୍ରାପ୍ତିର ଯୋଗ ରହିଛି । ପାରିବାରିକ ସମ୍ପର୍କ ଭଲ ରହିବ । ଦୂରଯାତ୍ରା କରିପାରନ୍ତି । କେହି ନିଜ ଲୋକ ଛାଡି ଯାଇପାରନ୍ତି ।
ବିଛା : ସନ୍ତାନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି । କଳାକ୍ଷେତ୍ରରେ ଥିଲେ ସଫଳତା ପାଇପାରନ୍ତି ।
ଧନୁ : ଆଜି ଆପଣଙ୍କ ଭାବପ୍ରବଣତାକୁ କେହି ବୁଝିପାରିବେନି । କିଛି କମ୍ପ୍ରମାଇଜ୍ କରିପାରନ୍ତି । କୌଣସି କଥାରେ ମନ ଭିତରେ ରଖି କଷ୍ଟ ପାଇପାରନ୍ତି ।
ମକର : ଅର୍ଥାଗମ ହୋଇପାରେ । କିନ୍ତୁ ତାକୁ ବେଶୀ ସମୟ ପାଖରେ ରଖିପାରିବେ ନାହିଁ ।
କୁମ୍ଭ : ବିନା ହେଲମେଟରେ ବାହାରକୁ ଯାଆନ୍ତୁ ନାହିଁ । ଧନପ୍ରାପ୍ତି ହୋଇପାରେ । ନିଜ କଥାରେ ପ୍ରଭାବିତ କରି ଅନ୍ୟଠୁ ଟଙ୍କା ଆଣିପାରନ୍ତି । ମିଛ କହୁଥିଲେ ଧରାପଡିଯିବେ ।
ମୀନ : କର୍ମକ୍ଷେତ୍ରରେ କିଛି ପରିବର୍ତ୍ତନ ସହ ପଦୋନ୍ନତି ହୋଇପାରେ ।