ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଶୁଭରେ କଟିବ ଦିନ । ଖୁସି ଖବର ପାଇପାରନ୍ତି । ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ନୀଳ ।
ବୃଷ : ଭାଗ୍ୟ ଆଜି ସାଥ୍ ଦେବ । ଦାନ ଧର୍ମ କରିପାରନ୍ତି । ମହିଳା ମାନେ ରୋଷେଇ କରୁଥିବା ସମୟରେ ଅଗ୍ନି ପ୍ରତି ସତର୍କ ରୁହନ୍ତୁ । ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ଗୋଲାପୀ ।
ମିଥୁନ :ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେଇପାରେ । ମୁଣ୍ଡ ଜନିତ ସମସ୍ୟା ଅଧିକ ଦେଖା ଦେଇପାରେ । ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ଚକଲେଟ୍ ରଙ୍ଗ ।
କର୍କଟ : ଜୀବନସାଥୀଙ୍କ ସହ ଦୂର ଯାତ୍ରା କରିପାରନ୍ତି । ବ୍ୟବସାୟରେ ସଫଳତା ପାଇପାରନ୍ତି । ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା ।
ସିଂହ : କୌଣସି ମହିଳା ଆଜି ଶତ୍ରୁ ଭଳି ବ୍ୟବହାର କରିପାରନ୍ତି । କୌଣସି ପାହାଡିଆ ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶୁଭ ସଂଖ୍ୟା ୧ ଏବଂ ଶୁଭ ରଙ୍ଗ ନୀଳ ।
କନ୍ୟା : ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି ଭଲରେ କଟିବ । ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ ।
ତୁଳା : ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ । ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଧଳା ।
ବିଛା : ମାନ ସମ୍ମାନ ବଢିବ । ଦୀର୍ଘ ଦିନ ଅଟକି ଥିବା କାମ ଆଜି ହୋଇଯିବ । ଉଭୟ କର୍ମକ୍ଷେତ୍ର ଏବଂ ପରିବାରରେ ସମୟ ଖୁସିରେ କଟିବ । ଶୁଭ ସଂଖ୍ୟା ୯ ଏବଂ ଶୁଭ ରଙ୍ଗ ଲାଲ୍ ।
ଧନୁ : କଳାକ୍ଷେତ୍ରରେ ପ୍ରଶଂସା ଏବଂ ପୁରସ୍କାର ପାଇବେ । ନୂଆ ବନ୍ଧୁ ହୋଇପାରନ୍ତି । ଶୁଭ ସଂଖ୍ୟା ୫ ଏବଂ ଶୁଭ ରଙ୍ଗ ହଳଦିଆ ।
ମକର : ଅଟକି ଥିବା ମାଙ୍ଗଳିକ କାର୍ୟ୍ୟ ଆଗକୁ ବଢିପାରେ । ବୈବାହିକ ଜୀବନ ଖୁବ୍ ଭଲରେ କଟିବ । ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ବାଦାମୀ ।
କୁମ୍ଭ : କିଛି କ୍ଷତି ହୋଇପାରେ ଏବଂ କିଛି ଜିନିଷ ହଜାଇ ମନଦୁଃଖ କରିବେ । ଶୁଭ ସଂଖ୍ୟା ୧ ଏବଂ ଶୁଭ ରଙ୍ଗ ନୀଳ ।
ମୀନ : ଧନପ୍ରାପ୍ତିର ଯୋଗ ଅଛି । ହଠାତ୍ କୌଣସି ବନ୍ଧୁ ଖୁସି ଖବର ସହ ଆସିପାରନ୍ତି । ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ବାଦାମୀ ।