ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ବୃଷ: ସାମାଜିକ କାର୍ୟ୍ୟରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ମିଥୁନ: ଆପଣଙ୍କର ନୂଆ ଶକ୍ତି ପ୍ରୟୋଗ କରନ୍ତୁ। ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହେବ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
କର୍କଟ: ପରିବାର ସହିତ ସୁଖଦ ସମୟ ଅତିବାହିତ କରିବେ। ପୁଞ୍ଜି ବଜାରରେ ଲାଭ ମିଳିପାରେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ପ୍ରେମ ସାଗରରେ ବୁଡ଼ ପକାଇବେ।
ସି˚ହ: ଦିନଟି ଶୁଭପ୍ରଦ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରରେ ନୂଆ ଖୁସି ଆସିବ।
କନ୍ୟା: ନିତିଦିନିଆ କାର୍ୟ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ଜୀବନରେ ଆନନ୍ଦ ପାଇବେ।
ତୁଳା: ଲୋକଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଜରୁରୀ କାମ ସମାପ୍ତ କରିବା ହେତୁ ଆରାମ ଅନୁଭବ କରିବେ। ମହିଳାଙ୍କ ଲାଗି ଦିନଟି ଉତ୍ତମ।
ବିଛା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପାରିବାରିକ ଅଶାନ୍ତିର ସମାଧାନ ପାଇଁ ସମୟ ଦେବେ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ।
ଧନୁ: ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଧାର୍ମିକ କାର୍ୟ୍ୟ ପ୍ରତି ରୁଚି ବଢ଼ିବ। ବନ୍ଧୁ ମିଳନ ହୋଇପାରେ। ଜୀବନରେ ଆଗକୁ ବଢ଼ିବାର ସୁଯୋଗ ମିଳିବ।
ମକର: ଅର୍ଥ ସ˚ପର୍କିତ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଛାତ୍ରଙ୍କର ସମସ୍ୟା ସହପାଠୀଙ୍କ ମାଧୢମରେ ସମାଧାନ ହେବ। ପ୍ରେମରେ ସଫଳତା ମିଳିବ।
କୁମ୍ଭ: ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। କାରବାରରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ମଧୁର ହେବ। ନିର୍ମାଣ କାର୍ୟ୍ୟ ପାଇଁ ଯୋଜନା କରିବେ।
ମୀନ: କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। ରାଜନୀତିରେ କିଛି ଆଶା ପୂରଣ ହେବ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ପରିଣାମ ମିଳିବ।