ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

ମେଷ : ଦିନଟି ଖୁବ୍ ଭଲରେ କଟିବ । ମିଡିଆ କିମ୍ବା ମଡେଲିଙ୍ଗ୍ କ୍ଷେତ୍ରରେ କାମ କରୁଥିଲେ ନୂଆ ସୁଯୋଗ ଆସିବ । ଶୁଭ ସଂଖ୍ଯା ୬ ଶୁଭ ରଙ୍ଗ ଧଳା ।
ବୃଷ : ପରିବାରରେ ଥିବା ଜମିଜମା ବିବାଦ ଆଜି ଟଳିଯିବ । କୋର୍ଟ କଚେରୀ ମାମଲାରେ ମୁକୁଳିବେ । ଇଶ୍ବର ଆଶୀର୍ବାଦ ରହିବ । ଶୁଭ ସଂଖ୍ଯା ୩ ଏବଂ ଶୁଭ ରଙ୍ଗ ନୀଳ ।
ମିଥୁନ : ସ୍ବାସ୍ଥ୍ଯ ଗତ ସମସ୍ଯା ଦେଖାଦେଇପାରେ । କୌଣସୀ ଜଳାଶୟକୁ ଯାଆନ୍ତୁ ନାହିଁ । ଶୁଭ ସଂଖ୍ଯା ୭ ଶୁଭ ରଙ୍ଗ ସବୁଜ ।
କର୍କଟ : ସାମ୍ନାକୁ ଆସିପାରେ ପରିକୀୟା ପ୍ରୀତି । ବ୍ଯବସାୟରେ ମଧ୍ୟ ସମସ୍ଯା ଦେଖାଦେଇପାରେ । ଶୁଭ ସଂଖ୍ଯା ୯ ଶୁଭ ରଙ୍ଗ ଚକଲେଟ୍ ରଙ୍ଗ ।
ସିଂହ : ଆଜି ଶତ୍ରୁ କିଛି କରିପାରିବେ ନାହିଁ । କୌଣସି ଛୋଟ ପିଲାକୁ ନେଇ ଛୋଟ କଥାରେ ସମସ୍ଯା ଦେଖାଦେଇପାରେ । ଶୁଭ ସଂଖ୍ଯା ୧ ଶୁଭ ରଙ୍ଗ ମେରୁନ୍ ।
କନ୍ୟା : ସନ୍ତାନ କଷ୍ଟ ଦେଇପାରନ୍ତି । ବୁଝାମଣାରେ ଅଭାବ ଦେଖାଦେଇପାରେ । ଶୁଭ ସମୟ ଦେଖି ଘରୁ ବାହାରନ୍ତୁ । ଶୁଭ ସଂଖ୍ଯା ୨ ଶୁଭ ରଙ୍ଗ ଚକଲେଟ୍ ।
ତୁଳା : କୌଣସି ବନ୍ଧୁ କଷ୍ଟ ଦେଇପାରନ୍ତି । ଶୁଭ ସଂଖ୍ଯା ୭ ଶୁଭ ରଙ୍ଗ ଗୋଲାପୀ ।
ବିଛା : ଭାଇଙ୍କ ସ୍ବାସ୍ଥ୍ଯକୁ ନେଇ କଷ୍ଟ ପାଇପାରନ୍ତି । ପେଟ ଜନିତ ସମସ୍ଯା ଭୋଗିପାରନ୍ତି । କାହାକୁ କଡା କଥା କୁହନ୍ତୁ ନାହିଁ । ଶୁଭ ସଂଖ୍ଯା ୧ ଶୁଭ ରଙ୍ଗ ଲାଲ୍ ।
ଧନୁ : ନୂଆ ଭୂମି କିମ୍ବା ଗାଡି କିଣିପାରନ୍ତି । ବ୍ଯବସାୟରେ କଷ୍ଟ ପାଇପାରନ୍ତି । ଶୁଭ ସଂଖ୍ଯା ୫ ଶୁଭ ରଙ୍ଗ ହଳଦିଆ ।
ମକର : ବହୁତ୍ ଟେନସନରେ ରହିବେ । ଅଯଥା କଥାରେ ଫସି ଯାଇପାରନ୍ତି । ପୁରୁଣା କଥାକୁ ମନେପକାଇ କଷ୍ଟ ପାଇବେ । ଶୁଭ ସଂଖ୍ଯା ୮ ଶୁଭ ରଙ୍ଗ ନୀଳ ।
କୁମ୍ଭ : ଶରୀରରେ ଆଘାତ ଲାଗିପାରେ । ପୁରୁଣା ବନ୍ଧୁ ଧୋକା ଦେଇପାରନ୍ତି । ଶୁଭ ସଂଖ୍ଯା ୭ ଶୁଭ ରଙ୍ଗ ଲାଲ୍ ।
ମୀନ : ଆଜି ଗୁରୁପ୍ରାପ୍ତି ହେବେ । କୌଣସି ମଠ ବା ଆଶ୍ରମରେ ଦିନଟି କଟିବ । ଗୁରୁଜନଙ୍କ କଥା ଶୁଣି ଆଜି ଲେଉଟାଇ କୁହନ୍ତୁ ନାହିଁ । ଶୁଭ ସଂଖ୍ଯା ୨ ଶୁଭ ରଙ୍ଗ ଲାଲ୍ ।