କେମିତି କଟିବ ଆଜିର ଦିନ

ମେଷ : ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ : ସନ୍ତାନକୁ ନେଇ ଚିନ୍ତିତ ହେବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
ମିଥୁନ : ପରିବାରରେ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ସୁସ୍ୱାଦୁ ଭୋଜନ କରିବେ ।
କର୍କଟ : ବନ୍ଧୁ ମିଳନ ଯୋଗ ରହିଛି । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଓ ବେପାର ବାଣିଜ୍ୟରେ ସଫଳତା ପାଇବେ ।
ସିଂହ : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
କନ୍ୟା : ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେଇପାରେ ।
ତୁଳା : ଖର୍ଚ୍ଚ ବଢ଼ିବା ସହ ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ସନ୍ଦେହ ଭାବ ତ୍ୟାଗ କରନ୍ତୁ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
ବିଛା : ଆୟ ମଧ୍ୟମ ରହିବ । ମାନ ସମ୍ମାନ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ସଫଳତା ପାଇବେ । ଆଜି ଦିନଟି ଭଲରେ କଟିବ ।
ଧନୁ : କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ମକର : ସୁସ୍ୱାଦୁ ଭୋଜନ କରିବେ । ଗୁରୁଜନଙ୍କ ସହଯୋଗ ମିଳିବ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଧନ ଲାଭ ହେବ ।
କୁମ୍ଭ : ଧର୍ମକାର୍ଯ୍ୟରେ ଯୋଗ ଦେବେ । କର୍ତ୍ତବ୍ୟ ପରାୟଣ ହୋଇ କାର୍ୟ୍ୟ କରନ୍ତୁ । ଗାଡି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ ।
ମୀନ : ପାରିବାରିକ ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।