ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :ବିଦ୍ୟାର୍ଥୀ ସଫଳତା ପାଇବେ । ବିଦେଶ ଯାତ୍ରା ସଫଳ ହେବ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।
ବୃଷ : କୋର୍ଟ କଚେରୀ ମାମଲା ଠାରୁ ଦୁରରେ ରହନ୍ତୁ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ, ସଫଳତା ମିଳିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।
ମିଥୁନ : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପାରିବାରିକ ସମସ୍ୟା ଦେଖାଦେଇପାରେ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।
କର୍କଟ : ସୁସ୍ୱାଦୁ ଭୋଜନ କରିବବେ । ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ମିଳିବ । ଶରୀର ଅସୁସ୍ଥ ରହିପାରେ ।
ସିଂହ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।
କନ୍ୟା : ଚକ୍ଷୁରେ ପୀଡ଼ା ଦେଖା ଦେଇପାରେ । ଅହଙ୍କାର ତ୍ୟାଗ କରନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି ।
ତୁଳା : ପେଟ ଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ସନ୍ତାନକୁ ନେଇ ଆନ୍ଦିତ ହେବେ ।
ବିଛା : ପରିବାରର ସହଯୋଗ ପାଇବେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତି ବ୍ୟସ୍ତତା ଦେଖାଦେବ ।
ଧନୁ : ଆୟ ବୃଦ୍ଧି ହେବ । ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । କୌଣସି ଧର୍ମ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି ।
ମକର : ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆତ୍ମୀୟଙ୍କ ସହଯୋଗ ପାଇବେ । ଧନଲାଭ ଯୋଗ ରହିଛି ।
କୁମ୍ଭ : ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ସଫଳତା ମିଳିବ । ମାନ ସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ ।
ମୀନ : ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।