ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଦିନର ପ୍ରଥମ ଭାଗରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଉନ୍ନତି ହେବ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୮ ।
ବୃଷ : ଯେତିକି ଆୟ କରିବେ ସେତିକି ବ୍ୟୟ ମଧ୍ୟ ହେବ । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା ୬ ।
ମିଥୁନ : କର୍ମର ପରିବର୍ତ୍ତନ ସହ ଆୟର ମଧ୍ୟ ବେଶ୍ ସୁଯୋଗ ରହିଛି । ଛୋଟ ପିଲାଙ୍କୁ କିଛି କହି ସମସ୍ୟା ମଧ୍ୟକୁ ଆସିପାରନ୍ତି । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୯ ।
କର୍କଟ : କର୍ମକୁ ନେଇ ଚିନ୍ତାରେ ରହିବେ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।
ସିଂହ : ସମସ୍ୟାରୁ ସମ୍ପୂର୍ଣ୍ଣ ବାହାରିଆସିବେ । ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ହେବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ୨ ।
କନ୍ୟା : ଉଭୟ ମାନସିକ ଏବଂ ଶାରୀରିକ କଷ୍ଟ ପାଇପାରନ୍ତି । ସମସ୍ୟାଯୁକ୍ତ ରହିଛି ଆଜିର ଦିନ । ଶୁଭ ରଙ୍ଗ ସବୁଜ ଏବଂ ଶୁଭ ସଂଖ୍ୟା ୭ ।
ତୁଳା : ଶତ୍ରୁପିଡାରୁ ବାହାରି ଆସବେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।
ବିଛା : ପୁରୁଣା ଶତ୍ରୁ ସାମ୍ନାକୁ ଆସିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଅଳ୍ପ କିଛି ସମସ୍ୟା ଦେଖାଦେଇପାରେ । ଚିନ୍ତାଗ୍ରସ୍ତ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୭ ।
ଧନୁ : ଖେଳାଳୀମାନଙ୍କୁ ବହୁତ ପ୍ରଶଂସା ମିଳିବ । ଏହା ସହ ମାନ ସମ୍ମାନ ପ୍ରାପ୍ତି ହେବ । ଶୁଭ ରଙ୍ଗ ଗୋଲାପୀ ଏବଂ ଶୁଭ ସଂଖ୍ୟା ୧ ।
ମକର : ଭାତ୍ରୁ କଷ୍ଟ ଯୋଗ ରହିଛି । ନୂଆ ଘର କିମ୍ବା ଗାଡି କିଣି ପାରନ୍ତି । ଶୁଭ ରଙ୍ଗ କଳା ଏବଂ ଶୁଭ ସଂଖ୍ୟା ୫ ।
କୁମ୍ଭ : ଅର୍ଥପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନଙ୍କ ଦିନଟି ଭଲ ରହିବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।
ମୀନ : ମନରେ ରାଗ ଏବଂ କ୍ରୋଧ ଆସିପାରେ । ଖାଦ୍ୟ କଷ୍ଟ ମଧ୍ୟ ରହିଛି । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୯ ।