ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ସରକାରୀ କାମରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ସକ୍ରିୟ ବ୍ୟକ୍ତି ଲାଭବାନ୍ ହେବେ। ଭଲ ଖବର ମିଳିବାର ସମ୍ଭାବନା ରହିଛି।
ବୃଷ : ବ୍ୟବସାୟ ପାଇଁ ଦିନଟି ଭଲ। ଭବିଷ୍ୟତକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।
ମିଥୁନ : ପ୍ରତ୍ୟେକ କାମରେ ସାବଧାନ ରହନ୍ତୁ। ଦୁର୍ବଳ ଆର୍ଥିକ ପରିସ୍ଥିତି ପରିବାରରେ ଅଶାନ୍ତି ଆଣିପାରେ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ।
କର୍କଟ : ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ଭଲ ଢ଼ଙ୍ଗରେ କାମ କରିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ସିଂହ : ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କିଛି ଲୋକଙ୍କଠାରୁ ଭରପୂର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ।
କନ୍ୟା : ସାରା ଦିନ ଉତ୍ସାହିତ ରହିବେ। ବଡ଼ ବ୍ୟବସାୟରେ ଭାଗୀଦାରି ହୋଇପାରନ୍ତି। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି।
ତୁଳା : ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ଅଫିସରେ ଅଧିକାରୀଙ୍କ ସହିତ କଥାବାର୍ତ୍ତାବେଳେ ସତର୍କ ରହନ୍ତୁ।
ବିଛା : ସ୍ଥଗିତ କାମ ସମାଧାନ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଭାଇ ଭଉଣୀଙ୍କ ସହ ବୁଝାମଣା ଠିକ୍ ରହିବ। ବ୍ୟବସାୟରେ ଲାଭ।
ଧନୁ : ପୂଜାପାଠରେ ଅଧିକ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଛାତ୍ରଙ୍କୁ ମିତ୍ରଙ୍କ ସାହାଯ୍ୟ ମିଳିବ।
ମକର : ସମସ୍ୟାକୁ ଧୈର୍ଯ୍ୟର ସହ ମୁକାବିଲା କରିବେ। ଏକାଗ୍ରତାର ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲାରେ ସମସ୍ୟା ରହିବ ନାହିଁ।
କୁମ୍ଭ : ଅନ୍ୟ ପ୍ରତି ମଧୁର ବ୍ୟବହାର କରନ୍ତୁ। ଆମଦାନି ଲାଗି ନୂଆ ମାଧୢମ ଦୃଷ୍ଟିଗୋଚର ହେବ। ଇ˚ଜିନିଅରଙ୍କ ଲାଗି ପଦୋନ୍ନତିର ସୁଯୋଗ ରହିଛି।
ମୀନ : ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିଅର ପାଇଁ ନୂଆ ରାସ୍ତା ଖୋଲିବ।