ଆଜି କ୍ରିସମାସ୍ : ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ : ସୁସ୍ୱାଦୁ ଭୋଜନ କରିବେ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।
ବୃଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆୟ ବୃଦ୍ଧି ହେବ । ସନ୍ତାନଙ୍କୁ ନେଇ ଚିନ୍ତିତ ହେବେ । ପରିବାରରେ ଶାନ୍ତି ମିଳିବ ।
ମିଥୁନ : ପରିବାରରେ ଶାନ୍ତି ମିଳିବ । ଗୁରୁଜନଙ୍କୁ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର୍ୟ୍ୟ କରନ୍ତୁ ।
କର୍କଟ : ପରିବାରରେ ମନ ମିଳାଇ ଚଳନ୍ତୁ । ଧନ ଲାଭ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।
ସିଂହ : ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ ।
କନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଶରୀର ଅସୁସ୍ଥ ରହିପାରେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହନ୍ତୁ । ମାନସିକ ଶାନ୍ତି ରଖନ୍ତୁ ।
ତୁଳା : ଧନଲାଭ ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
ବିଛା : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିଶ୍ରମ ଅନୁସାର ଫଳ କମ୍ ପାଇବେ । ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ । ବିଦେଶ ଯାତ୍ରା ଯୋଗ ରହିଛି ।
ଧନୁ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ପାଇବେ । ସୁସ୍ୱାଦୁ ଭୋଜନ କରିବେ ।
ମକର : ସନ୍ତାନକୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହେବେ । ଆୟ ବୃଦ୍ଧି ହେବ । ପରିବାରର ସହଯୋଗ ପାଇବେ ।
କୁମ୍ଭ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରରେ ଶାନ୍ତି ମିଳିବ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ । ଯୁକ୍ତିତର୍କଠାରୁ ଦୂରେଇ ରହନ୍ତୁ ।
ମୀନ : ପରିବାରରେ ଅଶାନ୍ତି ଦେଖାଦେବ । ସରଳ ବିଶ୍ୱାସରେ ଧୋକା ଲାଗିପାରେ । ମାନସିକ ଅଶାନ୍ତି ଭୋଗିବେ ।