ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।
ବୃଷ : ପରିବାରର ସହଯୋଗ ପାଇବେ । ପିତାଙ୍କ ଶରୀର ଅସୁସ୍ଥ ରହିବ । କର୍ମକ୍ଷେତ୍ରରେ ସଜାଗ ରହିବ । ସ୍ଥିରମନ ହୋଇ କାର୍ୟ୍ୟ କରନ୍ତୁ ।
ମିଥୁନ : କୁଟୁମ୍ବରେ ଆନନ୍ଦ ଦେଖାଦେବ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।
କର୍କଟ : ସୁସ୍ୱାଦୁ ଭୋଜନ କରିବେ । ଅହଂଭାବ ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ : ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଦିନଟି ଭଲରେ କଟିବ ।
କନ୍ୟା : ଆୟ ଉତ୍ତମ ରହିବ । ବେପାର ବାଣିଜ୍ୟରେ ସଫଳତା ପାଇବେ । ସନ୍ତାନକୁ ନେଇ ଚିନ୍ତିତ ରହିବେ ।
ତୁଳା : କର୍ମ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ନୂତନ ଦ୍ରବ୍ୟ କିଣି ପାରନ୍ତି । ମାନସିକ ଶାନ୍ତି ରଖନ୍ତୁ ।
ବିଛା : ପିତାଙ୍କ ସହଯୋଗ ପାଇବେ । ମାନସମ୍ମାନ ପ୍ରାପ୍ତି ଅଛି । ପରିବାରରେ ମନ ମିଳାଇ ଚନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି ।
ଧନୁ : ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ । ଧନଲାଭ ଯୋଗ ରହିଛି । ପାରିବାରିକ ସମସ୍ୟା ଦେଖାଦେବ ।
ମକର : ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ସୁସ୍ୱାଦୁ ଭୋଜନ କରିବେ ।
କୁମ୍ଭ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।
ମୀନ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଦେବ କାର୍ୟ୍ୟରେ ବାଧା ଉପୁଜିବ । ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ ।