ବର୍ଷ ଆରମ୍ଭରୁ ପଢ଼ନ୍ତୁ ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ବର୍ଷର ପ୍ରଥମ ଦିନ

ନୂଆ ସୂର୍ଯ୍ୟୋଦୟ ସହ ଆରମ୍ଭ ହୋଇଛି ନୂତନ ବର୍ଷ। ଆରମ୍ଭ ହୋଇଛି ନୂଆ ଦିନ। ପାଦ ଥାପିଛି ବର୍ଷ ୨୦୨୨। ନୂଆବର୍ଷର ଆଗମନ ପାଇଁ ସମସ୍ତେ ବେଶ୍‌ ଖୁସି ଅଛନ୍ତି। ୨୦୨୨କୁ ନେଇ ସମସ୍ତଙ୍କ ମନରେ ଅନେକ ଉତ୍ସାହ ଉଦ୍ଦୀପନା ରହିଛି। ତେବେ ବର୍ଷ ଆରମ୍ଭରୁ ଆସନ୍ତୁ ଜାଣିବା ଆଜିର ଦିନଟି କେମିତି କଟିବ…

ମେଷ: ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ବୃଷ: ରୋଗମୁକ୍ତ ହେବେ। ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ। ବହୁ ଦିନରୁ ଟଙ୍କା ବାକି ରଖିଥିବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।

ମିଥୁନ: ଆଜି ପାରିବାରିକ ସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକ ସ୍ତରରେ ସମସ୍ୟାର ସରଳ ସମାଧାନ ହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

କର୍କଟ: ଯେଉଁମାନଙ୍କର ଲଘୁ ଉଦ୍ୟୋଗ ଅଛି ଆଜି ସେମାନଙ୍କୁ କୌଣସି ନିକଟତମ ବନ୍ଧୁ ପରିଜନଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। ଆଜି ଆପଣଙ୍କ ଉର୍ଜା ଓ ଭଲ ବ୍ୟବହାର ଯୋଗୁଁ ଆଖ-ପାଖ ଲୋକ ଖୁସି ହେବେ। ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ସିଂହ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ।

କନ୍ୟା: ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

ତୁଳା: ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ।

ବିଛା: ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।

ଧନୁ: ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ମକର: ଆଜି ନୂଆ ନୂଆ କାମ, ନୂତନ ଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜ କର୍ମରେ ଅବହେଳା କରିପାରନ୍ତି। ପୂର୍ବରୁ ଆଲୋଚନା କରି ଥିବା ଅନୁଯାୟୀ ବନ୍ଧୁ ଙ୍କ ଠାରୁ ଆପଣଙ୍କ ପ୍ରାପ୍ୟ ଅବଶ୍ୟ ପାଇବେ। ପାରିବାରିକ ସମସ୍ୟାକୁ ସୁଧାରିବାକୁ ଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।

କୁମ୍ଭ: କାର୍ଯ୍ୟକୁ ହାସଲ କରିବେ। ସମସ୍ତଙ୍କ ପାଇଁ ଉଦାହରଣ ହେବେ। ଦେହ ମନ ସୁସ୍ଥ ରହିବ। ଉଦ୍ୟମରେ ସଫଳତା ମିଳିବ। ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। ମନ ଖୁସିରେ ରହିବେ।

ମୀନ: ଆଶା ସଂଚାର ହେବ। କମ୍ କରିଶ୍ରମ କରିବେ ଅଧିକ ଉପାର୍ଜନକ୍ଷମ ହେବେ। ସାହସିକ ପଦକ୍ଷେପ ନେବେ। ଆର୍ଥିକ ମେରୁଦଣ୍ଡ ସୁଦୃଢ ରହିବ। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବେ। ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ। ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ଆନନ୍ଦମୟ ହେବ।