ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ, ଆଜିର ରାଶିଫଳ

ମେଷ : ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପ୍ରତ୍ୟେକ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ । ପରିବାରର ବ୍ୟୟବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ । କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ ।
ବୃଷ : ଆଜି ହସ, ଖୁସି ଓ ଆନନ୍ଦ ଉପଭୋଗର ମଉକା ଜୁଟିବ । ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ । ବନ୍ଧୁଙ୍କ ପରାମର୍ଶରେ ଅଟକିଥିବା କାମକୁ ପୂରାଦମ୍ରେ କରିବାର ନିଷ୍ପତ୍ତି ନେବେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିଜ ଲୋକଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ ।
ମିଥୁନ : କୌଣସି ବନ୍ଧୁ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣ କରିବାକୁ ଚେଷ୍ଟିତ ହେବେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପଦୁଟିଏ ପ୍ରଶଂସା ଶୁଣିବାକୁ ମିଳିବ ନାହିଁ । ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି । ଘରୋଇ କଥାରେ ମତପାର୍ଥକ୍ୟ ଲାଗି କାର୍ଯ୍ୟଟି ଅଧାପନ୍ତରିଆ ରହିଯାଇପାରେ ।
କର୍କଟ : ଆଜି ଯେତିକି ଅର୍ଥ ପାଇବେ ତା’ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ଅନ୍ୟମାନଙ୍କ ଫୁସୁଲାଫୁସୁଲି କଥାରେ ଭାସିଯାଇ କାମକଲେ ପରେ ଅନୁତାପ କରିପାରନ୍ତି । ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି । ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ ।
ସିଂହ : ଆଜି ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ଲାଗି ସଜବାଜ ହୋଇପାରନ୍ତି । ବିବାଦୀୟ ଘଟଣାରେ ନୀରବ ନ ରହିଲେ କିଛି ଭଲ ହେବନାହିଁ । ରୋଗିଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରହନ୍ତୁ । ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ ହେବ ।
କନ୍ୟା : ଆଜି ଯେଉଁ କାମରେ ହାତଦେବେ ସଫଳତା ପାଇବା କଷ୍ଟକର ହେବ । କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟହେବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତ ମନ ଦିନ ଗୋଟାଏ ପରେ ଶାନ୍ତ ହେବ । ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପଡ଼ିବ ।
ତୁଳା : ଅନ୍ୟମାନଙ୍କ ଯେତେ ମନଧରି କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୂରେଇ ରହୁଥିବାର ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବିଚଳିତ ହୋଇପାରନ୍ତି । କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ଆଦୃତ ହେବେ । ସାଙ୍ଗଠନିକ କାର୍ଯ୍ୟ, ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ଆଶା କରାଯାଇପାରେ ।
ବିଛା : ଆସନ୍ତାକାଲିର କାର୍ଯ୍ୟ ସକାଶେ ଆଜି ବନ୍ଧୁଙ୍କ ସହ ବିଶେଷ ଆଲୋଚନା କରିବା ଭଲ ହେବ । ଅସୁମାରି ଆଶା ଓ ଆଗ୍ରହ ନେଇ ଯେଉଁ ବନ୍ଧୁଙ୍କ କାମରେ ବାହାରିଥିଲେ ଫେରିଲାବେଳକୁ ସେହି ଆନନ୍ଦ ରହିବନାହିଁ । ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ଜଣେ ବନ୍ଧୁଙ୍କ ଅନୁପସ୍ଥିତିରୁ ମନ ଭଲ ଲାଗି ନ ପାରେ ।
ଧନୁ : ଆଶାନୁଯାୟୀ କାର୍ଯ୍ୟ ସାଧନ ନ ହେବା କାରଣରୁ ନିରୁତ୍ସାହିତ ରହିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିପାରିବେ ନାହିଁ । ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ତକ୍ଲିପି ସହିବାକୁ ପଡ଼ିବ । ପ୍ରତ୍ୟୁଷ ଯାତ୍ରାରେ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍ବେଳିତ ହୋଇପାରେ ।
ମକର : ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବାକୁ ଚେଷ୍ଟାକଲେ ମଧ୍ୟ କିଛି ଲାଭ ହେବନାହିଁ । ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସମାଧାନ ଆଶା ମଉଳି ଯାଇପାରେ । ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନେବା ଭଲ । ପରିବାରର ଆବଶ୍ୟକତା ଅନୁଯାୟୀ ମୂଲ୍ୟବାନ୍ ଜିନିଷ କିଣିବାକୁ ମନ ବଳାଇପାରନ୍ତି ।
କୁମ୍ଭ : ସମୟ ଅନୁକୂଳ ରହିଲେ ମଧ୍ୟ ଆର୍ଥତ୍କ ଅନଟନ ଓ ସ୍ବାସ୍ଥ୍ୟସମସ୍ୟା ମନକୁ ଭାରାକ୍ରାନ୍ତ କରିବ । ଯେତେ ପ୍ରକାର ଭାବିଚିନ୍ତି କାମକଲେ ମଧ୍ୟ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ । ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ ।
ମୀନ : ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି । ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ । ବିବାଦୀୟ ଘଟଣା, କର୍ମକ୍ଷେତ୍ର, ଆନୁଷ୍ଠାନିକ କାମରେ ସମ୍ମାନ୍ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହୋଇପାରନ୍ତି ।