ଆଜି ହିଁ ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଆଜି ଆପଣ ଖର୍ଚ୍ଚାନ୍ତ ହେବେ। ଆବଶ୍ୟକଠାରୁ ଅଧିକ ଜିନିଷ ଶପିଂ କରିବେ। କାର୍ଯ୍ୟରେ ବାପାଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସ୍ଥିରତା ରହିବ।

ମେଷ: ଆଜି ଆପଣ ଖର୍ଚ୍ଚାନ୍ତ ହେବେ। ଆବଶ୍ୟକଠାରୁ ଅଧିକ ଜିନିଷ ଶପିଂ କରିବେ। କାର୍ଯ୍ୟରେ ବାପାଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସ୍ଥିରତା ରହିବ।
ବୃଷ: ଆଜି ଆପଣଙ୍କ ଦିନ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ନିଶ୍ଚିତ। ସାଙ୍ଗର ସାହାଯ୍ୟ ଦ୍ୱାରା କୌଣସି ଜରୁରୀ କାମ ପୂରା ହୋଇଯିବ।
ମିଥୁନ: ଆପଣ ଜୀବନସାଥୀଙ୍କୁ କୌଣସି ଭଲ ସରପ୍ରାଇଜ୍ ଦେବାକୁ ଯୋଜନା କରିବେ। ପିଲାମାନଙ୍କର ପାଠପଢ଼ାରେ ମନ ଲାଗିବ। ଅଟକିଥିବା ଧନ ଫେରିପାଇବେ।
କର୍କଟ: ଆଜି ଆପଣ ବ୍ୟସ୍ତ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ମନ ପସନ୍ଦର ଖାଦ୍ୟ ତିଆରି କରି ଖୁଆଇବେ।
ସିଂହ: ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଭାବିଥିବା କାମ ଠିକ୍ ସମୟରେ ପୂରା କରିବାରେ ସଫଳ ହେବେ। ଛାତ୍ରମାନଙ୍କୁ ସଫଳତା ହାସଲ ହେବ।
କନ୍ୟା: ଆଜି କ୍ୟାରିୟର ସମ୍ବନ୍ଧରେ କୌଣସି ଶୁଭ ସମାଚାର ମିଳିବ, ଯଦ୍ଦ୍ଵାରା ଘରର ବାତାବରଣ ଖୁସିରେ ଭରିଯିବ। ସ୍ୱାସ୍ଥ୍ୟ ଆଜି ବହୁତ ଭଲ ରହିବ।
ତୁଳା: ଆଜି ଆପଣଙ୍କ ଦିନ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ଆଜି ଆପଣଙ୍କୁ କଠିନ ପରିଶ୍ରମ କରିବାର ଆବଶ୍ୟକ ଅଛି। ଆପଣ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ବିଛା: ଆଜି ଭାଗ୍ୟ ଆପଣଙ୍କୁ ପୂରା ସାଥ୍ ଦେବ। ଆଗକୁ ବଢ଼ିବା ପାଇଁ ଆପଣ କିଛି ନୂଆ ଶିଖିବେ। ମାଆ, ବାପାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ।
ଧନୁ: ଆଜି ଆପଣଙ୍କ ଦିନ ବଢ଼ିଆ ରହିବ। ଦ୍ୱିପ୍ରହର ସୁଦ୍ଧା ଆପଣଙ୍କୁ କୌଣସି ଏକ ଭଲ ଖବର ଶୁଣିବାକୁ ମିଳିପାରେ। ଘରେ ସୁଖ, ସୌଭାଗ୍ୟ ବଜାୟ ରହିବ।
ମକର: ଆଜି ଆପଣଙ୍କ ଦିନ ଠିକ୍ଠାକ୍ ରହିବ। ବ୍ୟବସାୟରେ ହଠାତ୍ କୌଣସି ପରିବର୍ତ୍ତନ କରିବାକୁ ପଡ଼ିପାରେ। ଘରୋଇ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।
କୁମ୍ଭ: ଆଜି ଆପଣ ଯେଉଁ ବି କାମ କରିବାକୁ ଭାବିବେ, ସେଥିରେ ସଫଳତା ମିଳିବ। ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଆଜି ରୋଜଗାରର ନୂଆ ଅବସର ମିଳିବ।
ମୀନ: ଆଜି କରିଥିବା ନୂଆ ନିବେଶ ଭବିଷ୍ୟତ ପାଇଁ ଲାଭଦାୟକ ପ୍ରମାଣିତ ହେବ। ପିଲାମାନେ ମାଆ, ବାପାଙ୍କ ସହିତ ବାହାରକୁ ବୁଲିବାକୁ ଯିବେ।