ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶି ପାଇଁ କିପରି କଟିବ ଦିନ

ମେଷ : କର୍ମକ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଆନୁଷ୍ଠାନିକ କିମ୍ବା ଶୁଭ କାର୍ଯ୍ୟରେ ବନ୍ଧୁମାନେ ସଠିକ୍ ଖବର ଦେବାରେ ହେଳା କରିପାରନ୍ତି । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଓ ଅକୁଣ୍ଠ ସମର୍ଥନ ଯୋଗୁ ଆଗେଇ ଯିବେ । ଜମିବାଡ଼ି କ୍ରୟ କରିବା ସକାଶେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।
ବୃଷ : ଆଜି ଅନିମନ୍ତ୍ରିତ ଭାବରେ କେଉଁଠିକୁ ଯିବା କିମ୍ବା କିଛି ପଚାରିବା ପୂର୍ବରୁ କହିବା ଓଲଟା ଫଳ ପ୍ରଦାନ କରିବ । ଶତ୍ରୁତା ଲାଗି ରହିଥିବାରୁ ଅଧିକାଂଶ ସମୟ ମନ ଅସ୍ଥିର ରହିପାରେ । ହାତକୁ ନେଇଥିବା କାମ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ । କିନ୍ତୁ ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ।
ମିଥୁନ : ଆଜି ଯେଉଁ ସମସ୍ୟା ବହୁତ ଦିନରୁ ଥିଲା ତାହା ସମାଧାନ ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ବୁଝାମଣା ଭିତ୍ତିରେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଘରର ବରାଦ ଅନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ ।
କର୍କଟ : ପାରିବାରିକ ସମସ୍ୟା ସହ ଖର୍ଚ୍ଚ ପରିମାଣ ବୃଦ୍ଧି କରିବ । ପ୍ରଶାସନିକ କ୍ଷେତ୍ରରେ ସବୁ କିଛି ଶେଷ ସମୟରେ ଓଲଟ ପାଲଟ ହୋଇଯାଇପାରେ । ଆଲୋଚନା ସମୟରେ ଆପଣଙ୍କ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ସିଂହ : ସବୁ ଠିକ୍ଠାକ୍ ରହିଥିଲେ ମଧ୍ୟ ଜମିଜମାକୁ କେନ୍ଦ୍ରକରି ଭ୍ରାତୃ ସମ୍ପର୍କରେ କିଛି ସମସ୍ୟା ଦେଖା ଦେଇପାରେ । ପିଲାଙ୍କ କୃତୀ ଓ କୃତିତ୍ୱ ସକାଶେ ମାନସିକ ସ୍ତରରେ ଗର୍ବ ଅନୁଭବ କରିପାରନ୍ତି । ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ରାଜନୀତି କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ ।
କନ୍ୟା : ଆଜି ମନର ବଳ ଖୁବ୍ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହି କାମ ହାସଲ କରିବେ । ତଥାପି ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ନେବେ । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭର ଆଲୋଚନା କରିବେ ।
ତୁଳା : ଦୈହିକ ସୁସ୍ଥତା ଥିଲେ ମଧ୍ୟ କେତେକ ଅପୂରଣୀୟ କାମନା ମନକୁ ବ୍ୟସ୍ତ ବିବ୍ରତ କରାଇବ । ଲେଖାପଢ଼ା, କଳା, ସାହିତ୍ୟ ଓ ଅଭିନୟ ଜଗତରୁ ପ୍ରଶଂସା ପାଇବେ । କର୍ମକ୍ଷେତ୍ରର ବିବାଦୀୟ ଘଟଣାରେ ଯେଉଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।
ବିଛା : ସଭା ସମିତିରେ ଅପ୍ରିୟ ସତ୍ୟ କହିବା କାରଣରୁ ମିତ୍ରମାନେ ଈର୍ଷାପରାୟଣ ହୋଇପାରନ୍ତି । ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ । ପରିବାରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ ।
ଧନୁ : ଗୁରୁଜନଙ୍କ ପ୍ରଚେଷ୍ଟାରୁ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦୀୟ ଘଟଣାର ବିଜୟୀ ହେବେ । କର୍ମକ୍ଷେତ୍ରରେ ମନକୁ ପାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିପାରନ୍ତି । ଭୁଲ୍ ବୁଝାମଣା କାରଣରୁ ସହକର୍ମୀଙ୍କ ସହ ସୁସମ୍ପର୍କ ରହିନପାରେ । ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ଆଶଙ୍କା ରହିଛି ।
ମକର : ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ମନ ଅଶାନ୍ତ ରହିବ । ସାମାଜିକ ସ୍ତରରେ କେତେକ ନୂତନ କାମର ପରିକଳ୍ପନା କରି ପ୍ରଶଂସିତ ହେବେ । ପରିବାରର ଖର୍ଚ୍ଚଭାର ଅତ୍ୟଧିକ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ ।
କୁମ୍ଭ : କୌଣସି ଗୁରୁ୍ତ୍ୱପୂର୍ଣ୍ଣ କାମରେ ମାନସିକ ଦ୍ୱନ୍ଦ୍ୱ ବଢ଼ିବା କାରଣରୁ ତାହା ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ । ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଅସୁବିଧା ନଥିଲେ ମଧ୍ୟ କେତେକ ସମସ୍ୟା କାରଣରୁ ମନରେ ସ୍ଥିରତା ରହିନପାରେ । ଅସହିଷ୍ଣୁ ମନୋଭାବରୁ ହଠାତ୍ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ ।
ମୀନ : ଆତ୍ମୀୟମାନଙ୍କ ସମ୍ବନ୍ଧରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଜମିଜମା ସମସ୍ୟା କ୍ରମଶଃ ଜଟିଳ ହେବ, ମାତ୍ର ତାହା ଅସ୍ଥାୟୀ ଭଳି ମନେ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରୁ ଲାଭବାନ୍ ହେବେ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କମିବ ନାହିଁ । ଆର୍ଥିକ ସ୍ଥିତି ପୂର୍ବବତ୍ ରହିବ, କିନ୍ତୁ କାମ ଅଟକିବ ନାହିଁ ।