ଦୈନିକ ରାଶିଫଳ : ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ମେଷ : ପାରିବାରିକ ସୁଖ, ସମୃଦ୍ଧି ସାଙ୍ଗକୁ ବନ୍ଧୁ ମିଳନଜନିତ ଆନନ୍ଦ ପ୍ରଦାନ କରିବେ । ଯେକୌଣସି ଆଲୋଚନାରେ ତର୍କ ଓ ବିବାଦୀୟ କଥା, ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ । ପାରିବାରିକ ସମ୍ପର୍କ ଓ ପରିବହନ କ୍ଷେତ୍ରରେ ସମସ୍ୟା ଚିନ୍ତା କରି ବ୍ୟସ୍ତ ହୋଇପାରନ୍ତି ।

ବୃଷ : ଆଜି ପାରିବାରିକ ମନାନ୍ତର ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ । ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ସମସ୍ୟାକୁ ସୁଧାରି ନେବେ । ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ହାଲୁକା ରହିବ ।

ମିଥୁନ : ନିଜ ଲୋକଙ୍କ ବେଖାତିର ମନୋଭାବ ହେତୁ ଭାବାନ୍ତର ସୃଷ୍ଟିହେବ । ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ଆଜିର କଷ୍ଟ ସ୍ବୀକାର କରି ମଧ୍ୟ ଅନ୍ୟକୁ ସାହାଯ୍ୟ କରିବେ । ଯେତେ ଯୁକ୍ତି ଉପସ୍ଥାପନ କଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ ।

କର୍କଟ : ଆପଣଙ୍କୁ ଏକାଧାରରେ ଅର୍ଥ, ଗୈାରବ, ସାମାଜିକ ସମ୍ମାନ, କର୍ମକ୍ଷେତ୍ରରେ ପ୍ରତିଷ୍ଠା ପ୍ରାପ୍ତ ହେବ । ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ । ଛାତି, ବେକ, ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଅଜଣା ଲୋକ ସହ ଝଗଡାର ଆଶଙ୍କା ରହିଛି ।

ସିଂହ : ଆଜି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି । କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ଆପଣଙ୍କୁ ଫରକ ପଡିବ ନାହିଁ । କର୍ମକ୍ଷେତ୍ରର ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିଲେ ଝମେଲା ମଧ୍ୟରେ ପଡ଼ିବେ । ଖଳ ଲୋକଙ୍କ ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହୋଇପାରେ ।

କନ୍ୟା : କୌଣସି ଗୁପ୍ତାଲୋଚନା, ଅର୍ଥ ସମ୍ପର୍କୀୟ ବିବାଦ ପ୍ରଭୃତିର ଆଲୋଚନା କରିପାରନ୍ତି । ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କଠାରୁ ନାସ୍ତି ସୂଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହେବେ । ପଡ଼ୋଶୀଙ୍କ ସହାୟତାରେ ମାଲି ମକଦ୍ଦମା, ସଭାସମିତି, ଲେଖାପଢ଼ାରୁ ଆତ୍ମତୃପ୍ତି ପାଇବେ ।

ତୁଳା : କୌଣସି ଜିନିଷ ସକାଶେ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ । ପାରିବାରିକ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । କର୍ମକ୍ଳାନ୍ତଜନିତ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଅନ୍ୟର ବାହୁଛାୟାର ଆଶ୍ରୟ ନେବା କାରଣରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ ।

ବିଛା : ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପାରେ । ଅତି ନିକଟରେ ରହି ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ । ଅନମନସ୍କ କାରଣରୁ କିମ୍ବା ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ । ଆଜିର ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ହୋଇପାରେ ।

ଧନୁ : ଆଜି ଅର୍ଥ ଲାଭ ଓ ବନ୍ଧୁ ମିଳନରୁ ମନ ଖୁସି ରହିବ । ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇପାରେ । ଅନିଶ୍ଚିତତା ମଧ୍ୟରେ ଗତି କରିବେ କିମ୍ବା ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ । ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସ ମିଜାଜରେ କାମ କରିପାରନ୍ତି ।

ମକର : ପଡ଼ୋଶୀଙ୍କ ଆକ୍ଷେପୋକ୍ତି ଓ ପାରିବାରିକ ମତାନ୍ତର ହେତୁ ମାନସିକ ଅସ୍ଥିରତା ଲାଗି ରହିବ । ବନ୍ଧୁଙ୍କ ନିକଟରୁ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ । ଅର୍ଥ ସମ୍ପର୍କିତ କିମ୍ବା ବିବାଦୀୟ କ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ । ଲାଭ ପାଇବା ଆଶାରେ କାହାର ମିଥ୍ୟା ପ୍ରତିଶ୍ରୁତି ପଛରେ ଦୌଡିବା ଠିକ୍‌ ହେବନାହିଁ ।

କୁମ୍ଭ : ସମସ୍ୟାବହୁଳ ପରିସ୍ଥିତିକୁ ନେଇ ଅଶାନ୍ତ ରହିବେ । ଆଜି ଆପଣ ଯେତିକି ଅଧିକ ଭାବୁଥିବେ ସେତିକି ମନଟା ଅଧିକ ଗୋଳେଇଘାଣ୍ଟି ଲାଗିବ । ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଅବଶ୍ୟ କେତେକାଂଶରେ ଶୁଭଫଳ ପାଇପାରନ୍ତି ।

ମୀନ : ଆଳସ୍ୟ ଓ ଅବହେଳା କାରଣରୁ କାମ ହାସଲ ପାଇଁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପାରିବାରିକ ଅବସ୍ଥାରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣକୁ ନେଇ ବ୍ୟସ୍ତ ହୋଇପାରନ୍ତି ।