ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଆଜିର ଦିନଟି ଖୁବ୍ ବଢ଼ିଆ ରହିବ। ଏମାନଙ୍କୁ ନିଜ ମନ ପସନ୍ଦର ଚାକିରି ମିଳିବ। ଏମାନଙ୍କୁୁ ଉଭୟ ପଦ ଓ ପଇସା ମିଳିବ। ବେପାରରେ ଲାଭ ମିଳିବ। ବିଜନେସ୍ ଆଗକୁ ବଢ଼ିବ। କ୍ୟାରିୟର ମାମଲାରେ ଆଜିର ଦିନ ବେଶ୍ ଭଲ ସାବ୍ୟସ୍ତ ହେବ।
ବୃଷ : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଏକ ଆଶୀର୍ବାଦ ହେବ। ଏମାନଙ୍କୁ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ। ଫଳରେ ଏମାନଙ୍କ ଭାଗ୍ୟ ଖୋଲିଯିବ। ଏମାନଙ୍କୁ ଇଣ୍ଟରଭ୍ୟୁ ଓ କମ୍ପିଟେଟିଭ୍ ପରୀକ୍ଷାରେ ସଫଳତା ମିଳିବ। ବେରୋଜଗାରଙ୍କୁ ଚାକିରି ମିଳିବ। ମୋଟ୍ ଉପରେ କହିଲେ ଏମାନଙ୍କ କ୍ୟାରିୟର ପାଇଁ ଦିନଟି ଖୁବ୍ ଭଲ।
ମିଥୁନ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
କର୍କଟ : ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। ମାଲି ମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ସରକାରୀ ଚାକିରି ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ସ୍ୱପ୍ନ ଏହି ବର୍ଷ ପୂରଣ ହେବ। କାରବାରରେ ଉନ୍ନତି ଆସିବ ଓ ଆୟ ବଢ଼ିବ।
ସିଂହ : ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁପ୍ତ ବୈଠକ କରିବେ। କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।
କନ୍ୟା : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
ତୁଳା : ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ଆଶା ବାସ୍ତବତାରେ ପରିଣତ ହେବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ନିଜ କାର୍ଯ୍ୟଦକ୍ଷତା ବଳରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନା କରିବେ। ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ। ଦେହ ଓ ମନ ସୁସ୍ଥ ରହିବ।
ବିଛା : କର୍ମକ୍ଷେତ୍ରରେ ଆକସ୍ମିକ କେତେକ ସମସ୍ୟା କାରଣରୁ ପୂର୍ବ ସ୍ଥିରୀକୃତ କାର୍ଯ୍ୟ ସ୍ଥଗିତ ରହିପାରେ। ବନ୍ଧୁଙ୍କ ସାହାଯ୍ୟ, ସହଯୋଗର ଅଭାବ ନ ଥିଲେ ମଧ୍ୟ ପାରିବାରିକ ମନାନ୍ତର କାମକୁ ବିଗାଡ଼ି ଦେଇପାରେ। ପୁରୁଣା ଗାଡ଼ି ବିକି ନୂଆ କିଣିବେ। ଭଲ ସମ୍ପତ୍ତି କ୍ରୟ କରିବେ।
ଧନୁ : ଧନୁ ରାଶିର ବ୍ୟକ୍ତି ଚାକିରି ଓ କ୍ୟାରିୟରରେ ଖୁବ୍ ଉନ୍ନତି କରିବେ। ଦୀର୍ଘ ଦିନ ହେବ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରି ମିଳିବ। ଉଚ୍ଚ ପଦରେ ଅବସ୍ଥାପିତ ହେବେ। ବେପାର ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଅଧିକ ସଫଳତା ମିଳିବ। ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିପାରନ୍ତି।
ମକର : ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଅଶୁଭ। ଶାରୀରିକ ଅସୁସ୍ଥ ଅନୁଭବ କରିବେ। ସମସ୍ତ କାର୍ଯ୍ୟକଳାପ ସନ୍ଦେହଜନକ ହେବ। ଫଳରେ ଉତ୍ତରଦାୟୀ ହେବେ। ଆଶା ଆଶଙ୍କାରେ ପରିଣତ ହେବ। ସମସ୍ତ ଚେଷ୍ଟା ସତ୍ତ୍ୱେ ଆଶାନୁରୂପ ଶୁଭ ଫଳ ମିଳିବ ନାହିଁ। ରକ୍ତ ସମ୍ପର୍କୀୟ, ଦୂର ସମ୍ପର୍କୀୟ, ସାଙ୍ଗ ସାଥୀ ଦୂରେଇ ଯିବେ। ଏଣୁ ସ୍ୱଭାବରେ ପରିବର୍ତ୍ତନ ଆଣନ୍ତୁ। ଦିନ ସାରା ଚୁପ୍ ରହିବା ଭଲ ହେବ।
କୁମ୍ଭ : ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତିରେ ପ୍ରଶଂସିତ ହେବେ।
ମୀନ : ଏହି ବ୍ୟକ୍ତି ବିଶେଷ ଅତି ଚତୁରତାର ସହ ପରିବାରରେ ଶାନ୍ତି ରକ୍ଷା କରିବା ପାଇଁ ସହାୟକ ହେବେ। ଉତ୍ତରାଧିକାରୀ ପରିବାର ଲୋକଙ୍କୁ ମାର୍ଗଦର୍ଶନ ଦେବେ। ରାଜନୀତି କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ। ଦେହ ମନ ସୁସ୍ଥ ରହିବ।