ଦୈନିକ ଭାଗ୍ୟ ! ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଯେଉଁମାନେ ନିଜ ପ୍ରିୟ ସହ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହା ଅତି ସ୍ମରଣୀୟ କ୍ଷଣ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଶତ୍ରୁ ନିଜର ଦୁଷ୍କର୍ମର ଫଳ ପାଇବେ।

ବୃଷ : ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି।

ମିଥୁନ : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

କର୍କଟ : ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ।

ସିଂହ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପରିବାରରେ ଲାଗି ରହିଥିବା ଦୀର୍ଘଦିନର ଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।

କନ୍ୟା : ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧ୍ୟାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।

ତୁଳା : କୌଣସି କଥାକୁ ନେଇ ଚିନ୍ତିତ ରହିବେ। ନିଜକୁ ଶକ୍ତିମାନ ଅନୁଭବ କରିବେ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ। ଅଧୁରା କାମ ସମ୍ପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ବିଛା : ଆଜି କର୍ମକ୍ଷେତ୍ରରେ ଅସୁବିଧା ଯୋଗୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ।

ଧନୁ : ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ମକର : ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ।

କୁମ୍ଭ : ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର କାମ ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।

ମୀନ : ଆଜିର ଦିନ ଅତ୍ୟନ୍ତ ଶୁଭ। ରାଜଯୋଗ ରହିଛି। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।