ଆଜି କେମିତି କଟିବ ପୂରା ଦିନ, କାହା ପ୍ରତି ସତର୍କ ରହିବେ ସବୁ ଜାଣନ୍ତୁ ରାଶିଫଳରୁ

ମେଷ : ଆଜି ଆପଣଙ୍କର ବ୍ୟାପାରର ବିସ୍ତାର ହେବ। ବ୍ୟବସାୟରେ ଧନ- ସମ୍ବନ୍ଧିତ ଆୟୋଜନ ମଧ୍ୟ କରି ପାରିବେ। ଉଚିତ କାରଣ ପାଇଁ ଧନ ଖର୍ଚ୍ଚ ହେବ। ବିଦେଶ ସ୍ଥିତ ବ୍ୟବସାୟୀଜନମାନଙ୍କର ଲାଭ ହେବାର ସମ୍ଭାବନା ଅଛି। ଆପଣଙ୍କର ବୃଦ୍ଧି ହେବାରରୁ ଧନର ମାମଲାରେ ହାତ ଖୋଲା ରହିବ। ପ୍ରବଳ ଲାଭର ମଧ୍ୟ ଯୋଗ ଅଛି।

ବୃଷ : ଆଜି ଆପଣଙ୍କ ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ସୃଜନାତ୍ମକ କାର୍ଯ୍ୟ ସୁନ୍ଦରରୂପେ ସଂପନ୍ନ ହେବ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ। ମିତ୍ରମାନଙ୍କ ସହିତ ଭେଟ ଆନନ୍ଦଦାୟୀ ହେବ। ଧାର୍ମିକ ପରୋପକାର କାର୍ଯ୍ୟ ଆପଣ କରିବେ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ମିଥୁନ : ଅର୍ଥ ଆଦାୟ ଯାତ୍ରା ପାଇଁ ଆଜିର ଦିନ ଭଲ ଅଟେ। ବ୍ୟାପାର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ପାଇଁ ଲାଭଦାୟୀ ଦିବସ ଅଟେ। ଘରେ ଶୁଭ ପ୍ରସଙ୍ଗର ଆୟୋଜନ ହେବ। ଶେୟାରରେ ଆର୍ଥିକ ଲାଭ ହେବ। ପତ୍ନୀଙ୍କର ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତା ରହିପାରେ। ସାହିତ୍ୟ କଳା କ୍ଷେତ୍ରରେ ମଧ୍ୟ ଆପଣ ନିଜର ସୃଜନାତ୍ମକତା ପ୍ରସ୍ତୁତ କରିବେ।

କର୍କଟ : ଆଜି ଆପଣ ଶାରୀରିକ ତଥା ମାନସିକରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ ନ କରିବାର ଉପଦେଶ ଦିଆଯାଉଛି। ଖାଇବା ପିଇବାରେ ସତର୍କ ରୁହନ୍ତୁ, ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସମ୍ଭବ ହେଲେ ଯାତ୍ରା ଟାଳି ଦିଅନ୍ତୁ। ନିଶ୍ଚିତ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅସୁବିଧା ଆସିପାରେ।

ସିଂହ : ଆପଣଙ୍କ ଆଜିର ଦିନ ଶୁଭ ଫଳଦାୟୀ ଅଟେ। ଚାକିରି କିମ୍ବା ବ୍ୟାପାରରେ ଆପଣଙ୍କୁ ସଫଳତା ମିଳିବ ତଥା ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଏହି କଥାରେ ଆପଣଙ୍କ ପ୍ରସନ୍ନତା ମଧ୍ୟ ବୃଦ୍ଧି ହେବ। ବ୍ୟାପାରରେ ବାକି ପଡ଼ିଥିବା ଟଙ୍କା ଅସୁଲି କରିବେ। ବଡ଼ ଭାଇ ଏବଂ ପିତାଙ୍କ ତରଫରୁ ଲାଭ ହେବ। ପାରିବାରିକ ଆନନ୍ଦରେ ଆପଣ ଆନନ୍ଦିତ ରହିବେ।

କନ୍ୟା : ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଉପଦେଶ। କ୍ରୋଧଙ୍କ ଉପରେ ନିୟନ୍ତ୍ରଣ ନ ରଖିବାରୁ ଆପଣଙ୍କର କାର୍ଯ୍ୟ ଏବଂ ସମ୍ବନ୍ଧ ମଧ୍ୟ ବିଗିଡ଼ିବାର ସମ୍ଭାବନା ଅଛି। ମାନସିକରୂପରେ ବ୍ୟଗ୍ରତା ଏବଂ ଚିନ୍ତାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗି ପାରେ।

ତୁଳା : ବ୍ୟବସାୟିକ ଦୃଷ୍ଟିରେ ଆଜି ଆପଣଙ୍କପାଇଁ ଲାଭଦାୟୀ ଦିନ ଅଟେ। ଆପଣଙ୍କ କାର୍ଯ୍ୟ ସଫଳତା କାରଣରୁ ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ବ୍ୟବସାୟରେ ପଦୋନ୍ନତିର ମଧ୍ୟ ଯୋଗ ଅଛି। ବ୍ୟାପାରିମାନଙ୍କୁ ବ୍ୟାପାରରେ ଲାଭ ହେବ ତଥା ତାଙ୍କର କାର୍ଯ୍ୟ କ୍ଷେତ୍ରରେ ବୃଦ୍ଧି ମଧ୍ୟ ହେବ।

ବିଛା : ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ। ଆଜି ଆପଣଙ୍କୁ ଜମି, ବାସଗୃହ ଆଦିର କାଗଜପତ୍ର ବିଷୟ ଉପରେ ସାବଧାନ ରହିବାକୁ ହେବ।

ଧନୁ : ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ। ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆପଣଙ୍କ ବୈଚାରିକ ସମୃଦ୍ଧି ଅନ୍ୟ ଲୋମାନଙ୍କୁ ପ୍ରଭାବିତ କରିପାରିବ।

ମକର : ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।

କୁମ୍ଭ : ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ। ପରିବାରର ଲୋକମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। ମଧ୍ୟାହ୍ନ ପରେ କୌଣସି କାର୍ଯ୍ୟରେ ବିନା ଭାବି ଚିନ୍ତି ନିର୍ଣ୍ଣୟ ନିଅନ୍ତୁ ନାହିଁ।

ମୀନ : ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ। ଘରର ବାତାବରଣ ଆନନ୍ଦଦାୟୀ ରହିବ।